ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏ.ବି.ସି.ଏସ.ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଏ.ବି.ସି.ଏସ.ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଗତକାଲି ABCS ମାଧ୍ୟମିକ ସ୍କୁଲର 17ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା l ଉତ୍ସବ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏଥିରେ ମୁଖ୍ୟଅତିଥି ଶ୍ରୀ ତପନ କୁମାର ପଣ୍ଡା ମୂଲ୍ୟଯୁକ୍ତ ଶିକ୍ଷା ଓ ଶିଶୁ ନିର୍ମାଣ ତଥା ଅଭିଭାବକ ମାନଙ୍କ ଗୁରୁତ୍ୱବୋଧ ସହ ଏହି ଅନୁଷ୍ଠାନଟି କିପରି ଏକ ଚାରା ରୁ ମହାଦ୍ରୁମ ରେ ପରିଣତ ପରିଣତ ହୋଇ ଛିଡା ହେବା ଉପରେ ଆଲୋକପାତ କରିଥିଲେ l ଏ. ବି. ସି. ଏସ. ବିଦ୍ୟାଳୟର ମୁଖ୍ୟ ପରିଚାଳକ ତଥା ତତ୍ତ୍ୱାବଧାରକ ଡ଼କ୍ଟର. ସୁରେଶ କୁମାର ପଧାନ ଶିକ୍ଷାର ମହତ୍ୱ ଏବଂ ଛାତ୍ରଛାତ୍ରୀଙ୍କୁ ଗଢ଼ିତୋଳିବା ପାଇଁ ପିତାମାତା ତଥା ଅଭିଭାବକଙ୍କ ଗୁରୁଦାୟିତ୍ୱ ଉପରେ ମାର୍ଗଦର୍ଶନ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ଶ୍ରୀ ରୋହିତ କୁମାର ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ଏବଂ ଏଥିରେ ଅଭିଭାବକ ମାନଙ୍କ ସହଯୋଗ ଉପରେ ଦୃଷ୍ଟିପାତ କରିଥିଲେ l ଅନ୍ୟାନ୍ୟ ଅତିଥି ରୂପେ ସର୍ବଶ୍ରୀ ଇଶ୍ୱର ଚନ୍ଦ୍ର ସାହୁ, ତ୍ରିନାଥ ଷଣ୍ଢ, ଦୀନବନ୍ଧୁ ଗୌଡ଼ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ବିକାଶ ସାଧନ ପାଇଁ ମତବ୍ୟକ୍ତ କରିଥିଲେ l ସମସ୍ତ ଅତିଥି ବୃନ୍ଦ ଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ବାର୍ଷିକ ଉତ୍ସବକୁ ସଫଳ ରୂପାୟନ କରିବାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା : ଶାନ୍ତନୁ ବାଗ, ଫାଲଗୁନି ନାଏକ, ଅଞ୍ଜୁ ବେହେରା, ପୁଷ୍ପାଞ୍ଜଳି ଦୋରା, ଲିପ୍ସାରାଣୀ ମହାପାତ୍ର, ନିକିତା ସିଂ, ସ୍ନିଗ୍ଧାରାଣୀ ପଟେଲ, ହିମାଦ୍ରୀ ନାଏକ, ପାର୍ଥବ ବାଗ, ବିଦ୍ୟାଳୟର ଅନ୍ୟ କର୍ମଚାରୀ ହରେକୃଷ୍ଣ ନାଏକ, କହେଁଇ ରାଉତ, ବୈଶାଖୁ ନାଗ, ଉର୍ମିଳା ଦୁର୍ଗା, ଗୌରୀ ନାଏକ ପ୍ରମୁଖ ସହଯୋଗ କରିଥିଲେ l ପବିତ୍ର ସାହୁ, କୀରଣ ସୁନା ସଭାକାର୍ଯ୍ୟ ତୁଳାଇବ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ସମୀର ମହାନନ୍ଦ ଓ ତ୍ରିଶା ବାଗ ପରିଚାଳନା କରିଥିଲେ l

( ମ ନି ସ )

Related posts

ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!