ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ

୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ

ଢେଙ୍କାନାଳ : କାବରା ମାଧପୁର ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଚିରୁଳେଇ ସ୍ଥିତ ଅକ୍ଷୟ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଔପଢୌକାନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଇହଲୀଳା ତ୍ୟାଗ କରିଥିବା ଗୁରୁଜୀ ଓ ସହପାଠୀ ସହପାଠିନୀ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସେତେବେଳର ପ୍ରଧାନ ଶିକ୍ଷକ ଶ୍ରୀ ଦଶରଥ ନନ୍ଦ ସପତ୍ନୀକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପିଲାମାନଙ୍କ କୀର୍ତ୍ତିକଳାପ ଗୁଡିକ ସମ୍ପର୍କରେ ମନେପକାଇ ସେମାନଙ୍କୁ ଆଶୀର୍ବାଦ କରିଥିଲେ l ଇଂରାଜୀ ଶିକ୍ଷକ ଶ୍ରୀ ଶ୍ରୀକାନ୍ତ ପଣ୍ଡା ଓ ସାମାଜିକ ବିଜ୍ଞାନ ଶିକ୍ଷକ ଦେବଦତ୍ତ ଭଞ୍ଜ ଯୋଗଦେଇ ସ୍କୁଲ ସମୟର ଘଟଣାବଳୀ ଉପରେ ସ୍ମୃତି ଚାରଣ କରିଥିଲେ l ପୁରାତନ ଛାତ୍ର ପ୍ରମୋଦ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂର୍ଯ୍ୟ ପ୍ରକାଶ ନାୟକ ଓ ଉମେଶ ସାହୁ ଗୁରୁ ବନ୍ଦନା ଗାଇଥିଲେ l ପଙ୍କଜ ନାୟକ, କେଶବ ସାହୁ, ଶ୍ରୀକାନ୍ତ ଖୁଣ୍ଟିଆ, ସୁଧାକର ସ୍ୱାଇଁ,ପ୍ରକାଶ ମହାନ୍ତି, ସର୍ବେଶ୍ୱର ନାୟକ, ବେଣୁଧର ସାହୁ, ବିଜୟ ସାହୁ, ସରୋଜିନୀ ରାଉଳ, ସତ୍ୟଭାମା ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖ ସ୍କୁଲ ସମୟର ବିଭିନ୍ନ ଘଟଣା କିଏ କାହାକୁ ଇଙ୍ଗିତ କରୁଥିଲା, କିଏ କପି କେମିତି କରୁଥିଲା, କିଏ କେତେ ସାର ଙ୍କ ଠାରୁ ମାଡ଼ ଖାଏ, କିଏ କବାଡି ଖେଳେ ତ କିଏ କେମିତି ଫୁଟବଲ, ଭଲି ବଲ ଖେଳେ, କିଏ ଭଲ ପାଠ ପଢ଼େ ମନେପକାଇ ଗୁରୁଜୀ ମାନଙ୍କର ସ୍ମୃତି ଚାରଣ କରିଥିଲେ l ମୋଟ ଉପରେ ଏହି ବନ୍ଧୁ ମିଳନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ହର୍ଷଉଲ୍ଲାସର ସହିତ ପାଳନ କରାଯାଇଥିଲା l ପାଣ୍ଡଵ ରାଉତ, ଶଙ୍କର୍ଷଣ ରାଉତ, ଗିରିଶ ମହାଳିକ, ରୋହିତ ସାହୁ, ଶିଶିର ସାହୁ ପ୍ରମୁଖଙ୍କ ସହିତ ବହୁତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଦାମୋଦର ସ୍ୱାଇଁ ସମସ୍ତ ସାଙ୍ଗସାଥି ଏବଂ ଉପସ୍ଥିତ ପିଲାମାନେ ଓ ନାତି ନାତୁଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଲାଖ ଚାଷ ଉପରେ ସି ଡ଼ିଓ ଙ୍କ ଗୁରୁତ୍ୱାରୋପ

Sunil Chandra Nayak

ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ମାସିକ ସାହିତ୍ୟ ସମାରୋହ 

masiha

Leave a Comment

error: Content is protected !!