ସଦଭାବନା ବୈଠକ ଅନୁଷ୍ଠିତ
ତେନ୍ତୁଳିଖୁଣ୍ଟି // ୦୮/୧୦/୨୩ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ସର୍ବସମାଜ ସଦ ଭାବନା ବୈଠକ ଆଜି ପୂଜାରିଗୁଡା ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ରେ ବ୍ଲକ ର ବିଭିନ୍ନ ଗ୍ରାମରୁ ବ୍ରାହ୍ମଣ ସମାଜ , ପରଜା ସମାଜ ,କନ୍ଧ ସମାଜ ,କଳିଙ୍ଗ ବୈଶ୍ୟ ସମାଜ ,ମାଳି ସମାଜ ,କ୍ଷତ୍ରିୟ ସମାଜ ଧାକଡ଼ ସମାଜ ବଙ୍କା ସମାଜ ,ଡମ୍ବ ସମାଜ , କରଣପାଇକ ସମାଜ,କୁମ୍ଭାର ସମାଜ ,ଗୌଡ଼ ସମାଜ ,ଭତ୍ରା ସମାଜ କା ମ୍ପସମାଜ ଶୁଣ୍ଢି ସମା ଜ ,ଅମନାତ୍ୟ ସମାଜ ଆଦି ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ସର୍ବ ସମାଜ ବୈଠକ ପ୍ରଦୀପ ପ୍ରଜ୍ଵଳନ ଓ ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ସହ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥି ଭାବେ ଥବୀର ବିଶୋଇ ,ମୁଖ୍ୟ ବକ୍ତା ଭାବେ ବିଶ୍ଵମୋହନ ତ୍ରିପାଠୀ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ର ଜିଲ୍ଲା ସହ ସଂଯୋଜକ ହରେକୃଷ୍ନ ବିଶୋଇ ପରିଚାଳନା କରିଥିଲେ। ବୈଠକ ର ଉଦ୍ଦେଶ୍ୟ ସମସ୍ତ ସମାଜ ନିଜ ନିଜ ଜାତି ର ପରମ୍ପରା ଯାହା ବି ହେଉ ନା କାହିଁକି ସେମାନେ ସଭିଏଁ ନିଜକୁ ହିନ୍ଦୁତ୍ୱ ବିଚାରଧାରା ଓ ସନାତନ ସଂସ୍କୃତି ସହ ଜଡିତ ହୋଇ ରହିବା ଆବଶ୍ୟକ। ବୈଠକରେ ସବୁ ସମାଜ ର ଜଣେ ଜଣେ ନିଜ ଜାତି ର ଚାଲି ଚଳଣି ପରମ୍ପରା ସଂସ୍କୃତି ସମ୍ପର୍କରେ କହିଥିଲେ। ହିନ୍ଦୁ ଧର୍ମ ର ଏକତା କିପରି ବଜାୟ ରହି ପାରିବ ସେହି ସମର୍କରେ ଆଲୋଚନା ହୋଇଥିଲା। ଏହିଭଳି ବୈଠକ ପ୍ରତି ଚାରି ମାସରେ ଥରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବଂଶୀଧର ବିଶୋଇ ,ପିତାମ୍ବର ବିଶୋଇ ,ଧନୁର୍ଜୟ ନାଏକ , ଗୋକୁଳ ପଟ୍ଟନାୟକ ,ହରିହର ମିଶ୍ର ,ତପନ ସିଂ ତୁଳା ରାମ ମାଝୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ବାଲ୍ୟ ବିବାହ ବନ୍ଦ କରିବା ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମ ମଦ ମୁକ୍ତି କରାଯାଇଥିବା ବିବାହ ଯୌତୁକ ମୁକ୍ତ , ଉଦୁଲୁଆ ବିବାହ ବନ୍ଦ କରିଥିବା ବିଭିନ୍ନ ସମାଜ ତରଫରୁ ନିଜ ବକ୍ତବ୍ୟରେ କହିଥିଲେ। ଭାରତ ରେ ଯେତେ ଜାତିଥିଲେ ବି ଦେବଭୂମି ଭାରତ ରେ ସଭିଏଁ ନିଜକୁ ହିନ୍ଦୁ ବୋଲି ଗର୍ବ କରିବାକୁ ଆହ୍ୱାନ ଦିଆ ଯାଇଥିଲା।