ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟର ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଶାଖା ତରଫରୁ ସଡକ ସୁରକ୍ଷା ସଚେତନତା ନେଇ ରାଲି 

ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟର ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଶାଖା ତରଫରୁ ସଡକ ସୁରକ୍ଷା ସଚେତନତା ନେଇ ରାଲି 

ଡାବୁଗାଁ, ୨୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟର ଷ୍ଟୁଡେଣ୍ଟ ପୋଲିସ କ୍ୟାଡ଼େଟ ତରଫରୁ ସଡକ ସୁରକ୍ଷା ସଚେତନତା ପାଇଁ ଏକ ରାଲି ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଦାୟିତ୍ୱରେ ଥିବା ଶିକ୍ଷକ ହେମନ୍ତ କୁମାର ସାମଲ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କୁ ବିଦ୍ୟାଳୟରୁ ହାତରେ ପ୍ଲାଗ କାର୍ଡ ଧରି ଡାବୁଗାଁ ସହର ପରିକ୍ରମା କରି ସଡକ ସୁରକ୍ଷା ର ନାରା ଦେଇ ରାସ୍ତାରେ ଗାଡି ଚାଳନା କଲାବେଳେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରିବା ସହ ମୁଣ୍ଡରେ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା, ଗାଡି କାଗଜ ପତ୍ର ଗାଡିରେ ରଖିବା, ରାସ୍ତାର ବାମ ପାର୍ଶ୍ଵରେ ଗାଡି ଚଳାଇବା, ଦୃତ ଗତିରେ ଗାଡି ଚାଳନା ନ କରିବା, ଦୃତ ଗତି ମହା ବିପତ୍ତି ଏପରି ବିଭିନ୍ନ ବାର୍ତ୍ତା ରେ ଜନସାଧାରଣଙ୍କୁ ସଚେତନ କରାଇ ବିଦ୍ୟାଳୟ କୁ ଫେରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାଷ ଚନ୍ଦ୍ର ରାୟ, ଶିକ୍ଷୟତ୍ରୀ ମଧୁସ୍ମିତା ନାୟକ, ଇତିଶ୍ରୀ ରାଉତ, ଶିକ୍ଷକ ସନୋଜ ମହାପାତ୍ର, ଦିବାକର ସରାବୁ, ସପନ କୁମାର ନାୟକ, ପ୍ରଫୁଲ୍ଲ ମେହେରା, ଶେଖର ଚନ୍ଦ୍ର ସାହୁ, ରମାକାନ୍ତ ଲେଙ୍କା, କୁଳେଶ୍ଵର ମାଝି, ସୁଜିତ ସ୍ୱାଇଁ ପ୍ରମୂଖ ସହଯୋଗ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସୁନ୍ଦରଗଡ଼ ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ

masiha

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ଉଦଘାଟନ କଲେ ତହସିଲଦାର 

masiha

କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଆୟୋଜିତ

masiha

Leave a Comment

error: Content is protected !!