ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାକୁ ଧର୍ଷଣ ଅଭିଯୋଗରେ ଯୁବକ ଗିରଫ

ଡାବୁଗାଁ, ୧୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ନାବାଳିକାକୁ ଧର୍ଷଣ ଅଭିଯୋଗରେ ଖୁଟୁବାଇ ଗ୍ରାମର ଜଣେ ଯୁବକ କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମର ଦୀନବନ୍ଧୁ ଭତ୍ରା (୨୩) ସେହି ଗ୍ରାମର ଜଣେ ନାବାଳିକା ସହ ପ୍ରାୟ ୬ ମାସ ତଳେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଧୀରେ ଧିରେ ପ୍ରେମ ସମ୍ପର୍କ ଶାରେରିକ ସମ୍ପର୍କରେ ପରିଣତ ହୋଇଥିଲା | ନାବାଳିକା ଜଣଙ୍କ ମଧ୍ୟ ଆସି ଦୀନବନ୍ଧୁ ଙ୍କ ଘରେ କିଛି ଡି ରହିବାକୁ ଲାଗିଲା | ଘରେ ରହିବାରୁ ୨ ଜଣଙ୍କ ମଧ୍ୟରେ ଶାରେରିକ ସମ୍ପର୍କ ସ୍ଥାପନ ହେଉଥିଲା | ଯେତେବେଳେ ନାବାଳିକା ବିବାହ ପାଇଁ କହିଥିଲା ତା ପରଦିନ ଦିନବନ୍ଧୁ ନାବାଳିକାକୁ ନେଇ ନେଇ ତାଙ୍କ ଘରେ ଛାଡି ଦେଇଥିଲେ ଓ କହିଥିଲେ ଯେ ତୁମର ବୟସ ହୋଇନାହିଁ ୧୮ ବର୍ଷ ହେଲେ ବିବାହ କରିବି ବୋଲି କହିଥିଲେ | ଏହାର କିଛି ଦିନ ପରେ ଦୀନବନ୍ଧୁ କାରାଗାଁ ଗ୍ରାମର ଏକ ଯୁବତୀକୁ ବିବାହ କରି ଘରକୁ ଆଣିଥିଲେ | ଏହା ଦେଖି ନାବାଳିକା ଜଣଙ୍କ ୧୩.୬.୨୩ ଦିନ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ୍ପେକ୍ଟର ଚନ୍ଦନ ସାହୁ ତଦନ୍ତ ଆରମ୍ଭ କରିଥିଲେ | ଗୁରୁବାର ଦିନ ପୋଲିସ ଦୀନବନ୍ଧୁ ଭତ୍ରାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୧୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୧୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ

masiha

ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ନିର୍ଦୋଷରେ ଖଲାସ     

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!