ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା ଡ଼ିଗ୍ରୀ କଲେଜରେ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ 

କୌଶିକ ବାବା ଡ଼ିଗ୍ରୀ କଲେଜରେ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ମେରୀ ମାଟି ମେରା ଦେଶ୍ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଜାତୀୟ ସେବା ଯୋଜନା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ, ଅଧ୍ୟାପକ ସମୀର ପ୍ରଧାନ, ମାନସ ରଞ୍ଜନ ବାଗ, ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା ପ୍ରମୁଖ ଯୋଗ ଦେଇଥିଲେ l ସ୍ଵେଚ୍ଛାସେବୀ ମାନେ ନିଜ ନିଜ ଗ୍ରାମରୁ ମାଟି ଆଣି କଳସ ରେ ପୂର୍ଣ୍ଣ କରିଥିଲେ l ଏଥିରେ ଚମ୍ପୁଲାଲ ରଣା, ଡଳେଶ୍ୱର ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ମାଁ କଙ୍କାଳୁଣୀଙ୍କ ବାର୍ଷିକ ଉତ୍ସବ “ଦଶହରା ” ଧୂମଧାମରେ ପାଳିତ 

masiha

କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା  ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!