ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଏବେ ବିଶୃଙ୍ଖଳା ଭିତର ଦେଇ ଗତି କରୁଅଛି

ଥୁଆମୂଳ ରାମପୁର:୧୪/୦୫- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦିବାସି ଅଧ୍ଯୁଷିତ ବଣ ପାହାଡ ଘେରା ପଛୁଆ ଅଞ୍ଚଳ ଭାବରେ ପରିଚିତ। ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ଏବେ ବିଶୃଙ୍ଖଳିତ ଅବସ୍ଥା ଦେଇ କରୁଅଛି। ରାଜନୈତିକ ଦଳ ଓ କର୍ମଚାରୀଙ୍କ ମଧ୍ୟରେ ସମ୍ମନୟ ରହୁନାହିଁ।ଦିନକୁ ଦିନ ହୋହଲ୍ଲା ବଢ଼ିବାରେ ଲାଗିଛି, ଯାହାଫଳରେ ଗରିବ ଲୋକମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଅଛି। ଗରିବ ଲୋକଙ୍କ ସରଳତାର ସୁଯୋଗ ନେଇ ବ୍ଲକ କର୍ମଚାରୀ ଓ କିଛି ମୁଷ୍ଠୀମେୟ ଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାର୍ଯ୍ଯାଳୟ। ଏପରିକି କିଛି କର୍ମଚାରୀ ମନୋମୁଖି କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଯାହାଫଳରେ ଗରିବ ଯୋଜନା ଉପରେ ସିଧାସଳଖ ଏହାର ପ୍ରଭାବ ପଡିଛି ଏଭଳି କି ପିଡିଏସ୍ ଚାଉଳ ଠାରୁ ଆରମ୍ଭ କରି ବୁଢାବୁଢୀ, ବିକଳାଙ୍ଗ ଙ୍କ ଭତ୍ତା ପ୍ରଧାନମନ୍ତ୍ରୀ ଆବାସ ବିଜୁପକ୍କା ଘର ଟଙ୍କା ମାସ ମାସ ଧରି ହିତାଧିକାରୀ ପାଇ ପାରୁନଥିବା ଭଳି ଅଭିଯୋଗ ମାନ ହୋଇ ଆସୁଥିଲା। ଗତ ୭/ ୮ ମାସ ହେବ ଏହି ବ୍ଳକରେ ପଞ୍ଚାୟତ ସମିତି ବୈଠକ ମଧ୍ୟ ଆୟୋଜନ କରାଯାଇନଥିବା ଅଭିଯୋଗ ହୋଇଥିଲା। ପ୍ରଶାସନର ମନୋମୁଖି କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏଠାରେ ସୂଚନାଯୋଗ୍ୟ ବିଷୟ ଏହା ଯେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ମଧ୍ୟ ଏ.ଇ ଏବଂ ବିଡିଓ ଉଭୟେ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା। ସେହିଭଳି ସମିତି, ସରପଞ୍ଚ ମାନଙ୍କୁ ମଧ୍ୟ ଅଣଦେଖା କରାଯାଉଛି। ଏହା ଛଡା ବି ଡି ଓ ଏବଂ ଏ.ଇ ବାଞ୍ଛାବଟ ପାଣ୍ଡେ ମିଶି 5t କାର୍ଯ୍ଯ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତାଙ୍କ ହାତ ବାରିସୀ ସାଜିଥିବା ଓ ତାଙ୍କ ସାମ୍ମା ଲୋକଙ୍କ ଦ୍ବାରା ପରିଚାଳନା କରା ଯାଉଥିବା କାରଣରୁ ଅସନ୍ତୁଷ୍ଟ ଗୋଷ୍ଠୀ ଏ.ଇ. ଙ୍କୁ ବଦଳି କରାଯିବା ଦାବିରେ ଜିଲ୍ଲାପାଳଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ।ଏହା ଯୋଗୁଁ ଗତ ତା ୧୧/୦୪/୨୦୨୩ ରିଖ ଦିନ ଚିଠି ନମ୍ଵର ୨୨୪୩ ବଳ ରେ କଳାହାଣ୍ଡି ଜିଲ୍ଲାପାଳ ଜେଇଙ୍କୁ ବଦଳି ଆଦେଶ ଦେଇ ସାରିଥିଲେ। ଜିଲ୍ଲାପାଳଙ୍କ ଏହି ବଦଳି ନିର୍ଦ୍ଦେଶ କୁ ବିଡିଓ. ମହାଶୟ ଖାତିରି ନ କରି ଜେଇଙ୍କୁ ରିଲିଭ୍ କରୁନଥିଲେ ସେନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟା ମାଝୀଙ୍କ ନେତୃତ୍ୱରେ ସମିତି ସଭ୍ୟ ରାଇଦାଶ ନାଏକ, ଗୋପାଳପୁର ସମିତି ସଭ୍ୟା ଶ୍ରୀମତୀ ସଞ୍ଜୁ କୁମାରୀ ନାୟକ, ଥୁଆମୂଳ ସମିତି ସଭ୍ୟା, କାଣିଗୁମା ସମିତି ସଭ୍ୟା ,ସିଲେଟ ସମିତି, ତଲଝାପି ସମିତି, ଆଡ୍ରୀ ସମିତି, ସରପଞ୍ଚ ଶ୍ରୀଯୁକ୍ତ ଧ୍ରୁବକାନ୍ତ ମାଝୀ , ବଳଭଦ୍ର ଜାନି ପ୍ରମୁଖ ଓ ଅନ୍ଯାନ୍ଯ ପ୍ରତିନିଧି ମାନେ ବାଡିଓ ଙ୍କ ପାଖରେ ଦାବିପତ୍ର ପ୍ରଦାନ କରିଥିଲେ। ତଥାପି ବିଡ଼ିଓ ମହାଶୟ ଙ୍କ ଅନିଚ୍ଛା ସତ୍ତ୍ବେ ଗତ ତା ୧୨/୦୫/୨୦୨୩ ଚିଠି ନମ୍ବର ୧୧୩୫ ରେ ଏଇ ଙ୍କୁ ରିଲିଭ୍ କରିଥିବା ବିଷୟ ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

masiha

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର 

Leave a Comment

error: Content is protected !!