ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମିରେ ବାଲି ଯାତ୍ରା ଆରମ୍ଭ 

କୁସୁମିରେ ବାଲି ଯାତ୍ରା ଆରମ୍ଭ 

ନବରଙ୍ଗପୁର(୧୫|୨) ନବରଙ୍ଗପୁର ସହରର ଉପକଣ୍ଠରେ ଥିବା କୁସୁମି ଗ୍ରାମରେ ବାଲି ଯାତ୍ରା ଶୁଭାରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗ ଦେଇ ଶୁଭଖମ୍ବ ସ୍ଥାପନ କରି ବିଦ୍ଧି ପୂର୍ବକ ଶୁଭାରମ୍ଭ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ମଙ୍ଗଳମ ଟିମ୍ବର୍ କାରାଖାନାର ଭାଇସ୍ ପ୍ରେସିଡେଣ୍ଟ ଏସ ପି ସିଂ ଯୋଗ ଦେଇଥିଲେ । ଚଳିତ ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩ ମାସ ଧରି ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବାର ବର୍ଷକୁ ଥରେ ପାଳନ ହେଉଥିବା ଏହି ବାଲି ଯାତ୍ରାରେ ପ୍ରତ୍ୟେକ ଦିନ ଗ୍ରାମରେ ଦେବୀଙ୍କ ପୂଜା ପାଠ ହେବ । ମାସ ପରେ ଗ୍ରାମରୁ ବିଜନ ମଗା, ବାଲି ରୋପା, ଗଜା ବାହାରିବା ପରେ ନାମ କରଣ, କାଠରେ ନିର୍ମିତ କୃଷି ଉପକରଣର ପୂଜା ଏଭଳି ପରମ୍ପରା ଅନୁଯାୟୀ ବିଭିନ୍ନ ବିଧି ବିଧାନରେ ତିନି ମାସ ଧରି ସଂମ୍ପନ ହେବା ପରେ କୁସୁମି ପଡିଆ ଠାରେ ଏହାର ସମାପନ ହେବ । ଏହି ବାଲି ଯାତ୍ରାରେ ନବରଙ୍ଗପୁର ବ୍ଲକର ପୂଜାରୀରୂଡା ଓ ଅଗ୍ନିପୁର ପଞ୍ଚାୟତ ବାସୀ ସାମିଲ ହେବେ । ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରରେ ନାଟକର ଆୟୋଜନ କରାଯାଇଛି । ଶୁଭାରମ୍ଭ କାର୍ଯ୍ୟରେ ପୂଜାରୀ ରୂପେ ତ୍ରୀଲୋଚନ ପୂଜାରୀ, ଆମଟା ଗ୍ରାମର ଗୁରୁମାଇ ସମାରି, ସିରା ଟିବୁ ନାୟକ କାର୍ଯ୍ୟ ତୁଲାଇଥିଲେ । ଏଥିରେ ବାଲିଯାତ୍ରା କମିଟିର ସଭାପତି ତଥା ଭାଜ ପୁରୋହିତ ନରସିଂହ ତ୍ରିପାଠୀ, ଉପ ସଭାପତି ରାଜେନ୍ଦ୍ର ତ୍ରିପାଠୀ, ସଂପାଦକ ଅଗାଦୁ ଭଦ୍ରା, କାର୍ଯ୍ୟକାରୀ ସଂପାଦକ ନରେଶ ତ୍ରିପାଠୀଙ୍କ ସମେତ ତୁଳା ରାମ ରନ୍ଧାରି, ଲଛମନ ନାୟକ, ଡମୁ ନାୟକ, ରାଜୀବ ଭତ୍ରା, ଭୂଜବଳ ହରିଜନ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁରେ ପୃଥକ ଦୁର୍ଘଟଣାରେ ୫ ଗୁରୁତ୍ତର 

masiha

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!