ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଲାବାଡ଼ି କନ୍ୟାଶ୍ରମ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ନିଲାବାଡ଼ି ଠାରେ ଥିବା ଦୀର୍ଘ ବର୍ଷର ଏକମାତ୍ର ପୁରୁଣା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତଥା କନ୍ୟାଶ୍ରମ ଠାରେ ଆଜି ବାର୍ଷିକ ଉତ୍ସବ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହେଇଯାଇଛି। 1984 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କନ୍ୟାଶ୍ରମ ବିଦ୍ୟାଳୟ ଠାରେ ଅନେକ ଛାତ୍ରୀ ମାନଙ୍କୁ ଗଢ଼ିଛି ସେମାନେ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ଉଦାହରଣ ଚଳିତ ପୁରୁଷ ବିଶ୍ଵକପ ହକିର ଉଦଘାଟନୀ ଉତ୍ସବରେ ଏହି ବିଦ୍ୟାଳୟର ଛାତ୍ରୀ ନମିତା ମେଲେକା ଗୀତ ଗାଇ ପରିଚୟ ସୃଷ୍ଟି କରିଥିବା ବେଳେ ଏହି ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ସସ୍ମିତା ମେଲେକା ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଧ୍ୟ ଏହି ବିଦ୍ୟାଳୟର ଛାତ୍ରୀ ଥିଲେ। ଏପରି ଅନେକ ଛାତ୍ରୀ ମାନଙ୍କୁ ଏହି ବିଦ୍ୟାଳୟ ମଣିଷ କରି ଆଜି ଚତୁର୍ଥ ଥର ପାଇଁ ବାର୍ଷିକ ଉତ୍ସବ ହୋଇଥିବାରୁ ନୀଲାବାଡି ଠାରେ ଆନନ୍ଦ ର ଲହରୀ ଖେଳି ଯାଇଛି। ବନ୍ଧୁଗାଁ ବ୍ଲକ ବିଡ଼ିଓ ଆକାଶ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ସମ୍ମାନିତ ଅତିଥି ଭାବେ ବନ୍ଧୁଗାଁ ବ୍ଲକ ସମିତି ଅଧ୍ୟକ୍ଷ ଲକ୍ଷ୍ମୀ ମିଣ୍ୟାକା,ବ୍ଲକ ଶିକ୍ଷା ଅଧିକାରୀ ଫ୍ରଫୁଲ କୁମାର ମିଶ୍ର, ଏବିଇଓ ମଦନ ମୁଦୁଲି, ବିିଦ୍ୟାଳୟ ପରିଚାଳନା ସଭାାପତିି ମାରିିିଗା ହାରେକା, ନିଲାବାଡ଼ି ସରପଞ୍ଚ ଜାଗାନା ୱ।ଟାକା ଯୋଗ ଦେଇଥିବା ବେଳେ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ଯୋଗ ଦେଇ ଉପସ୍ଥିତ ଛାତ୍ରୀ ଓ ଅଭିଭାବକଙ୍କୁ କେଉଁ ପରି ଶିକ୍ଷା ଲାଭ କରି ଆଗକୁ ଯାଇ ହେବ ସେ ଉପର ଉପଦେଶ ଦେବା ସହ ଏହି ବିଦ୍ୟାଳୟର ଛାତ୍ରୀ ନମିତା ମେଲେକା ଯେପରି ସାରା ଦେଶ ଓ ଦୁନିଆରେ ଚହଳ ସୃଷ୍ଟି କରିପାରିଛନ୍ତି ତାଙ୍କ ପରି ସମସ୍ତେ ହେବା ଉଚିତ ବୋଲି ତାଙ୍କ ଅବିଭାଷଣ କହିଥିଲେ। ସେହିପରି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଟ୍ଟନାୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ବାର୍ଷିକ ଉତ୍ସବଟିକୁ ଶିକ୍ଷକ ସଂଗ୍ରାମ ନାୟକ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ଟିକୁ ରଙ୍ଗେଲି ଏବଂ ଫୁଲ ଇତ୍ୟାଦି ଦ୍ଵାରା ସୁନ୍ଦର ଭାବେ ସଜ୍ଜା ଯାଇଥିଲା । ଛାତ୍ରୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ।ଗତ ଦିନରେ ହୋଇଥିବା ବାର୍ଷିକ କ୍ରୀଡା ଆଜାଦି କା ଅମୃତ ମହୋତ୍ସବ ରେ ହୋଇଥିବା ସମସ୍ତ ପ୍ରତିଯୋଗିତାରେ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ।ପରିଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମସ୍ତ ଅତିଥିଙ୍କୁ ପ୍ରଧାନ ଶିକ୍ଷକ ସ୍ମୃତି ସନ୍ତକ ସ୍ୱରୂପ ଉପଢୌକନ ପ୍ରଦାନ କରିଥିଲେ। ବିଦ୍ୟାଳୟ ତରଫରୁ ସମସ୍ତ ଅତିଥି ଏବଂ ଅବିଭାବକଙ୍କୁ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ଏକ ‌ନୈତ୍ୟ ଭୋଜି ଆୟୋଜନ କରି ସମସ୍ତଙ୍କୁ ପରୋଷି ଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଆନ୍ଧ୍ର ଗୁଣ୍ଟୁର ରୁ ୮ ଦିନ ହେଲା ଚାଲି ଆସୁ ଥିଲା ଦାଦନ ଶ୍ରମିକ, ରାସ୍ତା ରେ ଦେଖି ସହାୟତl ର ହାତ ବଢ଼ାଇଲେ ଦୁଇ ପଞ୍ଚାୟତ ଅଧିକାରୀ

masiha

ପଥର ବ୍ଳାଷ୍ଟିଙ୍ଗ ହୋଇ ମକା ଫସଲ ନଷ୍ଟ

Sunil Chandra Nayak

ଧରାକୋଟ ରେ ପ୍ରବାଦପୁରୁଷ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!