ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ 

ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ 

ଡାବୁଗାଁ, ୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡାଓ ସାଂସ୍କୃତିକ ମହୋତ୍ସବ -୨୦୨୪ ସୋମବାର ଉଦଯାପିତ ହୋଇଯାଇଛି | ଏଥିରେ କ୍ରିକେଟ, ଫୁଟବଲ, କବାଡି, ଭଲିବଲ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୧ମ ସ୍ଥାନ ଅଧିକା କରିଥିବା ଦଳକୁ ୧୫ ହଜାର, ୨ୟ ଦଳକୁ ୧୦ ହଜାର ଓ ୩ୟ ଦଳକୁ ୫ ହଜାର ଆର୍ଥିକ ରାଶି ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ, ୧୦୦ ମିଟର ଦୌଡ ମହିଳା, ୧୦୦ ମିଟର ଦୌଡ ପୁରୁଷ, କଳସୀ ହାଣ୍ଡି ଦୌଡ, ଜାଭଲିନ ମହିଳା ଓ ଜାଭଲିନ ପୁରୁଷ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୧ମ ସ୍ଥାନ ଅଧିକାର କରିଥିବା ଦଳକୁ ୫ ହଜାର, ୨ୟ ଦଳକୁ ୩ ହଜାର ଓ ୩ୟ ଦଳକୁ ୨ ହଜାର ଆର୍ଥିକ ରାଶି ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ଏବଂ ଦଳଗତ ନୃତ୍ୟରେ କୃତକାର୍ଯ୍ୟ ହୋଇଥିବା ୧ମ ସ୍ଥାନ ଅଧିକାର କରିଥିବା ଦଳକୁ ୨୦ ହଜାର, ୨ୟ ଦଳକୁ ୧୫ ହଜାର ଓ ୩ୟ ଦଳକୁ ୧୦ ହଜାର ଆର୍ଥିକ ରାଶି ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା | ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ଓ ଲିପୁଚନ୍ଦ୍ର ମାଝି, ଜିଲା କଳା ସଂସ୍କୃତି ସଂଘ ଉପସଭାପତି କାର୍ତ୍ତିକ ଭତ୍ରା ପ୍ରମୁଖ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ | ଶେଷରେ ପୁରସ୍କାର ବିତରଣ ସଭାରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଉପାଧ୍ୟକ୍ଷା ଭାନୁମତୀ ପୂଜାରୀ, ସଭ୍ୟ ବୁଦୁରାମ ଜାନୀ ଓ ଖଗପତି ପରଜା, ସମ୍ମାନୀତ ଅତିଥି ସମନ୍ଵିତ ଜନଜାତି ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଓ ନିବେଦିତା ବିଶ୍ଵାଳ, ଡାବୁଗାଁ ତହସିଲଦାର ସଦାଶିବ ଭତ୍ରା, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ଜୁନାପାଣି ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ | ଶିକ୍ଷକ ଗୁପ୍ତେ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

Sunil Chandra Nayak

ଗାଁ ର ଗରିବ,କୃଷକ, ଯୁବକ,ମହିଳା, ଆଦିବାସୀ ଙ୍କ ବିକାଶ ପାଇଁ ବ୍ୟାଙ୍କ ଋଣ ଦିଅ. ସାଂସଦ ନିରଞ୍ଜନ

masiha

ନର୍ଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!