ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁକୁଡ଼ାବାଇ ଠାରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜର ଭ୍ରାମ୍ୟମାଣ ବୈଠକ 

କୁକୁଡ଼ାବାଇ ଠାରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜର ଭ୍ରାମ୍ୟମାଣ ବୈଠକ 

ତେନ୍ତୁଳିଖୁଣ୍ଟି ୦୫/୦୨/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ର ଭ୍ରାମ୍ୟମାଣ ବୈଠକ ଚାରି ତାରିଖ ରବିବାର ଦିନ କୁକୁଡା ବାଇ ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବ୍ଲକ ବ୍ରାହ୍ମଣସମାଜ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଜିଲା ବ୍ରାହ୍ମଣ ସମାଜ କାର୍ଯ୍ୟ କାରିଣୀ କମିଟି ସଭ୍ୟ ରମଣୀ ରଞ୍ଜନ ତ୍ରିପାଠୀ ,ମୁଖ୍ୟ ଅତିଥିଭାବେ ଅବସରପ୍ରାକ୍ତ ପ୍ରଧାନଶିକ୍ଷକ ହରିହର ମିଶ୍ର ସମ୍ମାନୀତ ଅତିଥି ଭାବେ ଶ୍ରୀନିବାସ ମିଶ୍ର, ଧୁରେନ୍ଦ୍ର ମହାପାତ୍ର,ପଦ୍ମନାଭ ପାଢୀ ଓ ଗୋପାଳ ପଣ୍ଡା ମଞ୍ଚାସିନ ଥିଲେ। ପ୍ରଦୀପ ପ୍ରଜ୍ଵଳନ ଧୂପ ନୈବେଦ୍ୟ ଓ ପୁସ୍ପାଞ୍ଜଳୀ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ର ପର୍ଶୁରାମ ବାହିନୀ ସଭାପତି ଥିବା ସୁବିର ସାହୁଙ୍କ ମୃତ୍ୟୁ ହୋଇଥିବାରୁ ଦିବଙ୍ଗତ ଆତ୍ମା ର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଝରିଗୁମ୍ମା ରେ ଅନୁଷ୍ଠିତ ପୂର୍ବ ବୈଠକର ବିବରଣୀ ସଙ୍ଗଠନ ସମ୍ପାଦକ ଗୋବର୍ଦ୍ଧନ ସାହୁ ପାଠ କରିଥିଲେ । ବୈଠକରେ ଉପସ୍ଥିତ ସଦସ୍ୟ କମ୍ବୁପାଣି ପଣ୍ଡା ନିଜ ମତ ରଖି କହିଥିଲେ ଏକତାଦ୍ୱାରା ସମାଜ ଆଗକୁ ବଢ଼ିବାସହ ସମସ୍ତ ବାଧା ବିଘ୍ନ କୁ ସାମ୍ନା କରି ପାରିବ । ସମ୍ମାନିତ ଅତିଥି ଗୋପାଳ ପଣ୍ଡା ବ୍ରାହ୍ମଣ ନୀତିନିୟମ ଠାରୁ ଦୁରେଇ ଯାଉଥିବାରୁ ସଚେତନତା ଆଵଶ୍ୟକ। ଅନ୍ୟତମ ଅତିଥି ଶ୍ରୀନିବାସ ମିଶ୍ର କହିଥିଲେ ଭବିଷ୍ୟତ ର ସମାଜ ନୀତିଭ୍ରଷ୍ଟ ହେବା ଆଶଙ୍କା ରହିଛି, ଅନ୍ୟ ଜାତି ର ସମାଜ ର ଉଦାହରଣ ଦେଇ କହିଥିଲେ ସାହାଯ୍ୟ ମନୋ ବୃତ୍ତି ର ଅଵଶ୍ୟକତା ଓ ଅହଂକାର ର ତ୍ୟାଗ କରିବାକୁ ପରାମର୍ଶ ଦେଇ ଥିଲେ। ଅତୀତ ର ବିଭିନ୍ନ ଆଲେଖ୍ୟ କୁ ଉଦାହରଣ ଦେଇ ବର୍ତ୍ତମାନ ଆଦର୍ଶ ଆଚରଣ ,ଶ୍ରଦ୍ଧା ଓ ବିଶ୍ୱାସ ଜନ୍ମାଇବାକୁୁକହିଥିଲେ। ମୁଖ୍ୟ ବକ୍ତା ହରି ହର ମିଶ୍ର କହିଥିଲେ   ଗର୍ବ ଯୋଗୁଁ ଖର୍ବ ହେଉଛି ,ପରମ୍ପରା ନାମରେ ଜାବୁଡି ନ ଧରି ବିଭିନ୍ନ କାର୍ଯ୍ୟକ୍ରମ ର ବିକଳ୍ପ ବାହାର କରିବା , ସମାଜ ରେମହିଳା ଙ୍କ ଭାଗୀଦାରୀ ବଢ଼ାଇ ସେମାନଙ୍କ ଦ୍ବାରା ଆଗାମୀ ପିଢ଼ି ସଂସ୍କାରିତ ହୋଇପାରିବ ବୋଲି କହିଥିଲେ। ମୁଖ୍ୟଅତିଥି ରମଣୀ ରଞ୍ଜନ ତ୍ରିପାଠୀ ନିଜ ବକ୍ତବ୍ୟରେ ଆତ୍ମା ,ପାଞ୍ଚ ଭୁତ ଶରୀର ଆଦି ସମ୍ପର୍କରେ ବିଭିନ୍ନ ପୁରାଣ କୁ ଉଧୃତ କରି ବ୍ୟାଖ୍ୟା କରିଥିଲେ । କାର୍ଯ୍ୟକାରିସଭାପତି ପ୍ରମୋଦ କୁମାର ଦାସ ସାମ୍ପ୍ରତିକ ସମାଜ ରେ ବ୍ରାହ୍ମଣ ର ଭୂମିକା ଶ୍ରଦ୍ଧା ଭକ୍ତି ଓ ବିଶ୍ୱାସ ସହ ଆଦର୍ଶ ଆଚରଣ ,କର୍ମ ଫଳ ଉପରେ ଗୁରୁତ୍ୱ ଦେବା ସହ ସାଧନା, ସାଧନ ସଂଶୋଧନ ଉପରେ ଆଲୋକପାତ କରି ଥିଲେ। ପର୍ଶୁରାମ ବାହିନୀ ର ବ୍ଲକ ସଭାପତି ଭାବେ ସୌମ୍ୟରଂଜନ ସାହୁ ଙ୍କୁ ସର୍ବ ସମ୍ମତି ରେ ମନୋନିତ କରା ଯାଇଥିଲା। କୁକୁଡ଼ା ବାଇ ଗ୍ରାମ ବ୍ରାହ୍ମଣ ସମାଜ ର କମିଟି ଗଠନ କରା ଯାଇଥିଲା। 31 ମାର୍ଚ୍ଚ ରେ ବ୍ଲକ ବ୍ରାହ୍ମଣ ସମାଜ ର ପରିବାର ସମିଳନୀ ଓ ପ୍ରବଚନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରା ଯାଇ ଥିଲା। ଶେଷରେ ଉପସଭାପତି ବସନ୍ତ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଲଣ୍ଡନ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଲା ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା “ଓଡିଶାର ସଂସ୍କୃତି ଓ ଐତିହ୍ୟ”

masiha

ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ଲୋକାର୍ପିତ

Sunil Chandra Nayak

ରାୟଗଡ଼ା ରେଳ ମଣ୍ଡଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲଙ୍କ ଉପଲବ୍ଧି ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ

Sunil Chandra Nayak

Leave a Comment

error: Content is protected !!