ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ପୂର୍ବ ରେଳବାଇ ଜିଏମ୍ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଦକ୍ଷିଣ ପୂର୍ବ ରେଳବାଇ ଜିଏମ୍ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଜଳେଶ୍ଵର,୨୬/୬(ମନିସ)- ଦକ୍ଷିଣ ପୂର୍ବ ରେଳବାଇ ଜିଏମ ଅନୀଲ କୁମାର ଜୈନ ଅପରାହ୍ନ ୫.୧୫ ମିନିଟରେ ଜଳେଶ୍ଵର ଷ୍ଟେସନରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ଚାଲି ଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା,ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଆବଶ୍ୟକୀୟ ବ୍ୟବସ୍ଥା,ସେବାମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପ୍ରଭୁତି ସମ୍ପର୍କରେ ଶ୍ରୀ ଜୈନ ଷ୍ଟେସନ ମ୍ୟାନେଜର ଚନ୍ଦନ କୁମାର ସିଂଙ୍କ ସହିତ ଆଲୋଚନା କରିଥିଲେ। ଷ୍ଟେସନ୍ ସମ୍ମୁଖରେ ନିର୍ମାଣଧୀନ ରେଷ୍ଟ ହାଉସ୍ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଫୁଟ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ଜୈନ ଠିକାଦାର କମ୍ପାନୀ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ କାର୍ଯ୍ୟ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଜି.ଏମ୍ ଶ୍ରୀ ଜୈନ ୧ ନମ୍ବର ପ୍ଲାଟଫର୍ମରେ ରହିଥିବା “ୱାନ ଷ୍ଟେସନ,ୱାନ ପ୍ରଡକ୍ଟ” ଯୋଜନାରେ ସାମିଲ ନଡ଼ିଆ କତା ଷ୍ଟଲ୍ ପରିଦର୍ଶନ କରି ପ୍ରୋପାଇଟର କେଦାର ନାଥ ପରିଡ଼ାଙ୍କ ସହିତ ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଜି.ଏମଙ୍କ ସହିତ ଖଡଗପୁର ଡିଭିଜନର ଡି .ଆର.ଏମ୍ ଲଳିତ ମୋହନ ପାଣ୍ଡେ, ସିନିୟର୍ ଡି.ସି. ଏମ୍ ଆଶିଷ କୁମାର,ଡେପୁଟି ସି.ପି.ଏମ୍, ଏ.ସି.ଏମ୍, ଆସିଷ୍ଟଣ୍ଟ ଇଞ୍ଜିନୟର,କମର୍ସିଆଲ ଇନ୍ସପେକ୍ଟର ଶୁଭଙ୍କର ରାଉଳ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସେ ପ୍ରାୟ ୪୦ମିନିଟ ଜଳେଶ୍ଵର ଷ୍ଟେସନରେ ରହିବା ପରେ ଅପରାହ୍ନ ୫.୫୫ମିନିଟ ସମୟରେ ବେଲଦା ଷ୍ଟେସନ ଅଭିମୁଖେ ସମୀକ୍ଷା ପାଇଁ ଯାଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସାହିତ୍ୟ ଏକାଡେମୀ ର ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଦକ୍ଷିଣ କାଳୀ ମନ୍ଦିର ର ପୁରୋହିତ, ଗୁରୁ ଗୋସେଇଁ ଙ୍କ ସହିତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ଦିର ଟ୍ରଷ୍ଟ ଓ କର୍ମକର୍ତ୍ତା ମାନେ 

Sunil Chandra Nayak

ବାପାଙ୍କର ଏକ ମାତ୍ର ରୋଜଗାରିଆ ପୁଅର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ

masiha

Leave a Comment

error: Content is protected !!