ଡି ଏ ପି ସାର ଉଚିତ୍ ମୂଲ୍ୟରେ ବିକ୍ରି:ବିକ୍ରି ସମୟରେ ବ୍ଳକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଙ୍କ ଉପସ୍ଥିତି
ନବରଙ୍ଗପୁର:(୨୫|୬)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବୋରିଗାଁ ଗ୍ରାମ ପଞ୍ଚାୟତ ସଦରମହକୁମାରେ ଚାଷୀ କିପରି ଉଚିତ୍ ମୂଲ୍ୟରେ ଡି ଏ ପି ପାଇ ପାରିବେ, ସେଥିପ୍ରତି କୃଷି ବିଭାଗ ର ତତ୍ପରତା ଦେଖିବାକୁ ମିଳିଛି l ବଜାରରେ ଚାଷୀ ସାର ର ଅଭାବୀ ବିକ୍ରି ଦର୍ଶାଇ କେତେବେଳେ ଅଧିକ ମୂଲ୍ୟରେ ଚାଷୀ ମାନଙ୍କୁ ଚଢା ଦରରେ ବିକ୍ରି କରିଦେବେ, ଚାଷୀ କ୍ଷତି ଯେପରି ନ ହେବେ, ସେଥିନେଇ ଡାବୁଗାଁ କୃଷି ବିଭାଗର ତିକ୍ଷ୍ଣ ନଜର ବେପାରୀଙ୍କ ଉପରେ ରହି ଥିବାରୁ ଆଜି ବୋରିଗାଁ ପଞ୍ଚାୟତର ସାର ବିକ୍ରେତା ଆରୟାନସ୍ ଏଣ୍ଟରପ୍ରାଇଜ୍ ଦୋକାନରେ ଡାବୁଗାଁ ବ୍ଳକ କୃଷି ଅଧିକାରୀ ସୁଦେସ୍ନା ଧଳ ଓ ସହକାରୀ କୃଷି ଅଧିକାରୀ ଜ୍ୟୋତିର୍ମୟୀ ତାଡ଼ିଙ୍ଗୀ ଦୋକାନ ଚେକିଂ ରେ ଯାଇଥିଲେ, ସେଠାରେ ସାର କ୍ରେତା ମାନଙ୍କୁ ଡି ଏ ପି ୨୦:୨୦:୦:୧୩ ସରକାରୀ ମଞ୍ଜୁର ମୂଲ୍ୟରେ ସମ୍ପୃକ୍ତ ଦୋକାନରେ ବିକ୍ରି କରାଯାଉଥିବା ଦେଖିଥିଲେ l ସଠିକ ମୂଲ୍ୟରେ ଯେପରି ଚାଷୀ ସାର ପାଇ ପାରିବେ ସେଥିଲାଗି ଯତ୍ନବାନ୍ ହେବାକୁ ବେପାରୀ ଙ୍କୁ ପରାମର୍ଶ ଦେଇଥିଲେ l ସଠିକ ମୂଲ୍ୟରେ ଚାଷୀ ସାର ପାଇଥିବାରୁ ସମସ୍ତ ଚାଷୀ ଖୁସି ପ୍ରକଟ କରିଥିଲେ l ଚାଷୀ ମାନେ ହେଲେ ବୋରିଗାଁ ଗ୍ରାମର ପ୍ରହଲାଦ ପନକl, ଚିତ୍ତ ପନକl, ମତି ପନକl, ବେଲମତି ପନକା,ତୁଳା ପନକା ଓ ପାରିଆବେଡା ଗ୍ରାମର ଶ୍ୟାମ ଗୌଡ ,ପରମା ପନକl ପ୍ରମୁଖ ଡି ଏ ପି ସାର ଉଚିତ୍ ମୂଲ୍ୟରେ କିଣି ଅଧିକାରୀ ଦ୍ୱୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l କୃଷି ଅଧିକାରୀ ମାନଙ୍କ ଏପରି ଚେକିଂ ଚାଲୁ ରହିଲେ ଚାଷୀ ଉଚିତ୍ ମୂଲ୍ୟରେ ସାର ପାଇ ପାରିବେ ଏଥିରେ ସନ୍ଦେହ ନହିଁ l ଯେଉଁ ଦୋକାନୀ ଅଧିକ ମୂଲ୍ୟରେ ସାର ବିକ୍ରି କରୁଛି ବ୍ଳକ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାନ୍ତୁ, ତାହର ସମାଧନ ନିଶ୍ଚିତ କରାଯିବ,ଚାଷୀ ଉଚିତ୍ ମୂଲ୍ୟରେ ସାର ପାଇବ ବୋଲି ବ୍ଳକ କୃଷି ଅଧିକାରୀ ସୂଚନା ଦେଇଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

