ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ବୈଠକ

ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ବୈଠକ

ନବରଙ୍ଗପୁର:(୨୩|୪)(ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ) ସାମାଜିକ ଗଣମାଧ୍ୟମ ଜରିଆରେ ପରିଚାଳିତ ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ଏକ ବୈଠକ ସ୍ଥାନୀୟ ତୃପ୍ତି ଲଜ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଆବାହିକା ଅପରାଜିତା ଶତପଥୀ ଓ ନିରୂପମା ତ୍ରିପାଠୀ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର, ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ସେବା ନିବୃତ କଳା ଶିକ୍ଷକ ପର୍ଶୁରାମ ସାହୁ, ସଂଗଠନର ସଦସ୍ୟ ରାମ ପ୍ରସାଦ ପାତ୍ର, ରବିନ୍ଦ୍ର ତ୍ରିପାଠୀ ଓ ଅଧ୍ୟାପକ ଅଖିଳ ଭଟ୍ଟ ମଞ୍ଚାସୀନ ଥିଲେ। ଏହି ସଂଗଠନ ଜରିଆରେ ଜିଲ୍ଲା ତଥା ଜିଲ୍ଲା ବାହାର ଯେକୌଣସି ଅଞ୍ଚଳର ଲୋକ ମାନଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଥାଏ। ରୋଗୀ ମାନଙ୍କୁ ଜରୁରୀ ଆବଶ୍ୟକ ସମୟରେ ରକ୍ତ ଦାନ କରିବା ସହ ଆମ୍ବୁଲାନ୍ସ ସେବା ଯୋଗାଇବାର ବ୍ୟବସ୍ଥା ଏବଂ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥାଏ। ସ୍ୱାସ୍ଥ୍ୟ ସେବା ସହ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଓ ସମାଜ ର ଅବହେଳିତ ଲୋକ ମାନଙ୍କୁ ଆବଶ୍ୟକ ସାହାଯ୍ୟ ଏହି ଅନୁଷ୍ଠାନ ଜରିଆରେ ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଯୋଗଦେଇ ସରକାରୀ ଯୋଜନା ଅନୁଯାୟୀ ଲୋକମାନଙ୍କ ପାଇଁ ସଂଗଠନ କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। କଳା ଶିକ୍ଷକ ପର୍ଶୁରାମ ସାହୁ ବିନା ମୂଲ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ କଳା ପ୍ରଶିକ୍ଷଣ ଦେବେ ବୋଲି କହିଥିଲେ। ସାଇ କେୟାର ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପାଢ଼ୀ ଓ ନବରଙ୍ଗପୁର ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପଟ୍ଟନାୟକ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ବିନାମୂଲ୍ୟରେ ଶିକ୍ଷା ଦାନ କରିବା ପାଇଁ ଆଗ୍ରହୀ ଥିବା ଜଣାଇଥିଲେ। ଜିଲ୍ଲା କିନ୍ନର ସଂଘର ମନୋଜ ପଟ୍ଟନାୟକ, ପରିବର୍ତ୍ତନ ଫାଉଣ୍ଡେସନ ର ନିନିବାବୁ ତ୍ରିପାଠୀ, ଅନନ୍ତ ପଣ୍ଡା, ବିଚିତ୍ର ନାୟକ, ତପନ ବିଷୋୟୀ, ଆଇନଜୀବୀ ସୁବ୍ରତ ବେହେରା, ସାମ୍ବାଦିକ ପ୍ରଭଞ୍ଜନ ତ୍ରିପାଠୀ, ବବିତା ସାହୁ, ସୁନିତା ସାହୁକାର, ନିକିତା ରଥ ପ୍ରମୁଖ ଯୋଗଦେଇ ସଂଗଠନ କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ଏହି ସଂଗଠନ ଜରିଆରେ ସମାଜ ସେବା ଓ ସାହାଯ୍ୟ କରିବା ପାଇଁ ଆଗ୍ରହୀ ଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଏକାଠି ଯୋଡ଼ି ଲୋକମାନଙ୍କ ହିତରେ ଆଗକୁ ବଢ଼ିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମରଣ୍ଡା ଠାରୁ ବାରିପଦାକୁ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ଯାତ୍ରୀବାହୀ ବସ୍ ଚାଲିଲା

Sunil Chandra Nayak

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା

Sunil Chandra Nayak

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

Leave a Comment

error: Content is protected !!