ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ “ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ”ରେ ଜିଲ୍ଲାପାଳଙ୍କ ଦ୍ବାରା ରୋଗୀଙ୍କୁ ପୋଷଣଖାଦ୍ୟ ପକେଟ ବଣ୍ଟନ

ମୟୂରଭଞ୍ଜ: ୨୬/୪ ‌(ମସିହା)ଯକ୍ଷ୍ମା ହାରେଗା ଭାରତ ଜିତେଗା । ଯକ୍ଷ୍ମା ଆଉ ଭୟଙ୍କର ରୋଗ ହୋଇ ରହିନାହିଁ । ଯକ୍ଷ୍ମା ଆଉ ଅସ୍ପୃଷ୍ଯ ନୁହେଁ ସହ।ଠିକ୍ ସମୟରେ ଡାକ୍ତର ଦେଖାଇ,ଔଷଧ ଓ ଖାଦ୍ୟ ସେବନ କଲେ ଯକ୍ଷ୍ମା ନିଶ୍ଚିତ ଭାବରେ ଭଲ ହେବ । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଆଜି ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ‘କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି। ସୂଚନାଯୋଗ୍ୟ ସାରା ବିଶ୍ବରେ ୨୦୩୦ ସୁଦ୍ଧା ଯକ୍ଷ୍ମା ମୁକ୍ତ ଅଭିଯାନ ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଭାରତ ସରକାରଙ୍କ ତରଫରୁ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ ଅଭିଯାନ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୟୂରଭଞ୍ଜ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ ପାଇଁ ବ୍ଯାପକ ପଦକ୍ଷେପ ନେଇଛନ୍ତି । ସରକାରୀ ସହିତ ବେସରକାରୀ ସଂସ୍ଥା ମାନଙ୍କୁ ଏଥିରେ ସହଯୋଗର ହାତ ବଢ଼ାଇବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସାକାର କରିବା ପାଇଁ ଲୌହଖଣୀ ଲିଜଧାରୀ ଗୋରୁମହିଷାଣି ସ୍ଥିତ ଘନଶ୍ୟାମ mishra & sons pvt Ltd ଏବଂ ବଦାମପାହାଡ଼ ସ୍ଥିତ GM Iron and steel company Ltd ସାମାଜିକ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଛି ।ଏହି କମ୍ପାନୀ ଦ୍ବାରା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତ କୁ କିପରି ଯକ୍ଷ୍ମା ମୁକ୍ତ କରିହେବ ଏବଂ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ କହିଥିଲେ।ଯକ୍ଷ୍ମାରୋଗୀ ନିୟମିତ ଔଷଧ ସେବନ ସହିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କଲେ ଯକ୍ଷ୍ମାରୋଗରୁ ଆରୋଗ୍ୟ ଲାଭ କରିପାରିବା ନେଇ ମତ ପ୍ରକାଶ କରିବା ସହିତ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟପାଇଁ ଯେକୌଣସି ଲୋକ ଚାହିଁଲେ ସାହାଯ୍ଯର ହାତ ବଢ଼ାଇ ପାରିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ। ଦୁଇ ଲୌହଖଣି କମ୍ପାନୀ ଦ୍ୱାରା ବାମାନଘାଟି ଉପଖଣ୍ଡ, ରାଇରଙ୍ଗପୁର ର ୪୭୦ ଜଣ ଯକ୍ଷ୍ମାରୋଗୀ ଙ୍କ ସହିତ ପଞ୍ଚପୀଢ ଉପଖଣ୍ଡ,କରଂଜିଆର ୫୦୪ ଜଣ ତଥା ସମୁଦାୟ ୯୭୪ ଜଣଙ୍କୁ ପୋଷଣ ଖାଦ୍ୟ ପକେଟ୍ ଯୋଗାଇବାର କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ଅତିଥିବୃନ୍ଦ ନିକ୍ଷୟ ମିତ୍ର ପଂଜିକୃତ କିଛି ରୋଗୀଙ୍କୁ ପୋଷଣ ଖାଦ୍ୟ ପକେଟ୍ ପ୍ରଦାନ କରାଯାଇଥିବାଵେଳେ ଅନ୍ୟମାନଙ୍କୁ ତାଙ୍କ ପାଖରେ ପହଞ୍ଚିବା ପାଇଁ ଖୁବ ଶିଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏହି ଯକ୍ଷ୍ମା ମୁକ୍ତ ଅଭିହିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର ସଭାପତିତ୍ବ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର PAITDA ହେମନ୍ତ ସିଂ,ଉପଜିଲ୍ଲାପାଳ ସରୋଜ କୁମାର ଦାଶ,ଖଣି ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଜଗଦୀଶ ମିଶ୍ର, SDMO ଡାକ୍ତର ପ୍ରମୋଦ କୁମାର ସାହୁ, ଜିଲ୍ଲା ଡିଟିଓ ମହମ୍ମଦ ନୁରୂଲ ହାସାନଙ୍କ ସମେତ ଡାକ୍ତର ଖାନା ର କର୍ମଚାରୀ ସାମିଲ ଥିଲେ। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ

Sunil Chandra Nayak

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

Leave a Comment

error: Content is protected !!