ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ମଦ ଓ ନଲି ପଞ୍ଜାବରେ ବାମନଘାଟୀ ଉପଖଣ୍ଡ; ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

ବେଆଇନ ମଦ ଓ ନଲି ପଞ୍ଜାବରେ ବାମନଘାଟୀ ଉପଖଣ୍ଡ; ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

 ମୟୂରଭଞ୍ଜ – ୨୩/୦୪ ( ମସିହା) ନିର୍ବାଚନ ଋତୁ । ନିର୍ବାଚନ ବୈତରଣୀ ପାର ହେବାକୁ ହେଲେ ଯୁବଗୋଷ୍ଠୀଙ୍କୁ ସଵୁ ରାଜନୈତିକ ଦଳ ତରଫରୁ ମଦ ଓ ଟଙ୍କା ଦ୍ବାରା ଆକର୍ଷିତ କରାଯାଉଛି ।ବିନା ଟଙ୍କା ଓ ମଦ ହେଉଛି ଗୋଟିଏ ମାଧ୍ଯମ ଯେଉଁଠି ଯୁବଗୋଷ୍ଠୀଙ୍କ ଦୁର୍ବଳତା ଓ ଏକାଠି କରାଇବାର ଏକମାତ୍ର ସୂତ୍ର । ଏହାକୁ ଜାଣିଛନ୍ତି ଅସାଧୁ ମଦ ମାଫିଆ ।ତେଣୁ ଏହାର ସୁଯୋଗକୁ ହାତଛଡ଼ା ନ କରି ମଦ ମାଫିଆମାନେ ପ୍ରତ୍ଯକ ଗ୍ରାମର କିଛି କିଛି ବେଆଇନ ମଦ ବେପାରୀ ଏବଂ ମହିଳାଙ୍କୁ ହାତ କରି ମଦ ଵେପାର‌ ଜୋରଦାର ଆରମ୍ଭ କରିଛନ୍ତି । ନକଲି ମଦ ପ୍ରସ୍ତୁତି କରି ଶସ୍ତାରେ ବିକି ଦୁଇ ପଇସା ଭଲ ଲାଭ କରୁଛନ୍ତି ।ରାତାରାତି ମାଲେମାଲ । ନିର୍ବାଚନ ଆଚରଣବିଧି କୁ ଲକ୍ଷ୍ଯ କରି ଧର୍ମକୁ ଆଖି ଠାର ଭଳି ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଖାଁ ଭାଁ ଚଢ଼ାଉ କରୁଛନ୍ତି । ସମସ୍ତଙ୍କ ହାତ ଚିକ୍କଣ ତଳୁ ଉପର ପର୍ଯ୍ୟନ୍ତ। ରୋହି ମହାକୁଡ଼ ଛାଡି ମିରିକାଳି ଉପରେ ନଜର ରଖି ନିଜର ଦାୟିତ୍ଵ ସମାପନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ମମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭାଗ ଅଧିନସ୍ଥ ପୁରୁଣାପାଣି, ବଡମଉଦା, ଗୋରୁମହିଷାଣୀ ଓ ରାଖାସାହି ଅଞ୍ଚଳ ରେ ଅବକାରୀ ବିଭା କୌଣସି ସୂତ୍ର ରୁ ବ ଖବର ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ସଫଳ ହୋଇଛି । 

ପ୍ରଥମ ଚଡାଉ ରେ ରାଇରଙ୍ଗପୁର ଅବକାରୀ ପୋଲିସ ୭ଜଣ ଵେଆଇ ମଦ ବିକ୍ରେତା ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଚଢାଉ ବେଳେ ପୁରୁଣାପାଣି ରୁ ରାମପ୍ରସାଦ ମହାନ୍ତ (50) କୁନ୍ତଳା ମହାନ୍ତ (45) ଦେବେନ ମହାନ୍ତ ( 40) ଓ ସଜନ ମହାନ୍ତ ( 28) ତାଙ୍କ ପାଖରୁ ୨୬ ଲିଟର ୫୪୫ ମିଲିଗ୍ରାମ ର ଲିକ୍କର , ୧୯୫ ଖଣ୍ଡ ରଙ୍ଗ ଲେବେଲ୍ , ୧୬୪୩ ଖଣ୍ଡ ଫରେନ୍ ଲିକ୍କର ବୋତଲ , ୫୦ ଲିଟର ସ୍ପ୍ରିଟ୍ , ୧୦୫୨୯ ଖଣ୍ଡ ବୋତଲ ଟିପି , ୧୦ ଖଣ୍ଡ ଆର୍ ଏସ୍ ମଦ ବୋତଲ , ଏହି ଭଳି ବିଭିନ୍ନ ପ୍ରକାରର ବିଅର ବୋତଲ , ହୁସ୍କି , ବ୍ରାଣ୍ଡି ଓ ରୋମ୍ ମଦ ବୋତଲ ଜବତ ହୋଇଥିଲା । ଗୋରୁମହିଷାଣୀ ବଡମଉଦା ଅଞ୍ଚଳ ରୁ ରାମେଶ୍ଵର ବାରିକ୍ ( ୨୭) ପାଖରୁ ୧୮,୮୫୦ ଲିଟର ବିଅର ଓ ୩ ଲିଟର ବିଅର ଲେବେଲ ଜବତ । ଗୋରୁମହିଷାଣୀ ଅଞ୍ଚଳ ରୁ ବିଦ୍ଯାପତି ମହାକୁଡ ( ୩୨) ତପନ ମହାକୁଡ ( ୨୯) ଙ୍କ ପାଖରୁ ୧୩ ଲିଟର ନକଲି ବିଅର ଜବତ ଓ ମୁକେଶ ସାହୁ ( ୪୨) ନରେନ୍ଦ୍ର ଗିରି (45) ପାଖରୁ ୭ ,୧୫୦ ଲିଟର ନକଲି ବିଅର ଓ ଅଇ ଏମ୍ ଫିଲ୍ ୨,୭୦୦ ଲିଟର ଜବତ କରାଯାଇଥିଲା । ଏହା ବ୍ୟତୀତ ରେଡ୍ କଲର ହିରୋ ଏଚ୍ ଏଫ୍ ଡିଲକ୍ସ ବାଇକ୍ ନଂ ଓ ଡି ୧୧ ଏ ୨୯୭୯ ନଂ ଗାଡିକୁ ମଧ୍ଯ ଜବତ କରିଵା ସହ ଅବକାରୀ କେଶ ମାମଲା ରୁଜୁ କରି ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ।ଚଢ଼ାଉରେ ଅବକାରୀ ଡେପୁଟି ସୁପରିଣ୍ଟେଡେଣ୍ଟ ସୌମ୍ୟରଞ୍ଜନ ବେହେରା, ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ପୁଷ୍ପଲତା ବେହେରା, ଅବକାରୀ ଇନ୍ସପେକ୍ଟର ବିନୟ ତିର୍କି,ବହଳଦା ଅଧିକାରୀ ରଞ୍ଜିତ ଶବର ଙ୍କ ନେତୃତ୍ବରେ ବିଭିନ୍ନ ଅଫିସର ଓ କର୍ମଚାରୀଙ୍କୁ ନେଇ ଚଢ଼ାଉ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

masiha

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି, ୨ଟି ମୋଟର ସାଇକେଲ ଜବତ

masiha

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

masiha

Leave a Comment

error: Content is protected !!