ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ସମାଚାର

ଚାଷୀପଡା ନିକଟରେ ବାଇକ ଦୁର୍ଘଟଣା, ଚାଳକ ଆହତ

ବସ୍ତା,22/04 : ବସ୍ତା ଥାନା ତଥା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋମବାର ରାତି ସମୟରେ ବାଇକ ଦୁର୍ଘଟଣା ଘଟି ଚାଳକ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ଅମର୍ଦାରୋଡ଼ ଅଭିମୁଖେ ଆସୁଥିବା ବେଳେ ଚାଷୀପଡା ନିକଟରେ ଭାରସାମ୍ୟ ହରାଇ ପୋଲର ବାଡ଼କୁ ଧକ୍କା ଦେଇଥିଲା l ଫଳରେ ଚାଳକ ଆହତ ହୋଇ ରାସ୍ତା ପାର୍ଶ୍ୱରେ ଛଟପଟ ହେଉଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଚାଳକଙ୍କ ପରିଚୟ ମିଳିପାରିନାହିଁ।

============================

ମାଲବାହୀ ଟ୍ରେନରେ ଲାଗିଲା ନିଆଁ

 ବସ୍ତା,23/04 : ଦକ୍ଷିଣ ପୂର୍ବ ରେଳପଥର ରୂପସା ରେଳ ଷ୍ଟେସନରେ ଏକ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ୩ଟି ଓ୍ବାଗନରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ବାଲେଶ୍ବରରୁ ପଶ୍ଚିମବଙ୍ଗ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନ ରୁପସା ରେଳ ଷ୍ଟେସନର ୩ନଂ ପ୍ଲାଟଫର୍ମରେ ଛିଡ଼ାହୋଇ ରହିଥିଲା।ତେବେ ମଙ୍ଗଳବାର ଅପରାହ୍ଣରେ ଉକ୍ତ କୋଇଲା ବୋଝେଇ ଟ୍ରେନଟିର ୩ଟି ଓ୍ବାଗନରେ ନିଆଁ ଲାଗିଥିବାର ଦେଖି ରେଳ କର୍ମଚାରୀମାନେ ବସ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରୀ ପ୍ରତାପ ପାଳ ସଦଳବଳେ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲେ।ତେବେ ପ୍ରବଳ ଗରମ ଯୋଗୁଁ କୋଇଲାରୁ କୌଣସି କାରଣରୁ ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି। 

============================

ଝାଡ଼ଖଣ୍ଡି ହାତୀ ପଲ ଆତଙ୍କ, ଭୟବିତ ଅଂଚଳବାସୀ 

ବସ୍ତା,23/04: ବାଲେଶ୍ୱର ଏବଂ ମୟୁରଭଞ୍ଜ ସିମାନ୍ତରେ ଝାଡ଼ଖଣ୍ଡି ହାତୀପଲ ଉପଦ୍ରଵ ଦେଖିବାକୁ ମିଳିଛି,ମଙ୍ଗଳବାର ରାତି ସମୟରେ ବସ୍ତା ବ୍ଲକ ଅନ୍ତର୍ଗତ ନୁଆଗାଁ ଗ୍ରାମରେ ଚାଷ ଜମି କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି ,ତେବେ ଏହି ହାତୀପଲ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି,ହାତୀପଲ ଦିନରେ ଜଙ୍ଗଳରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଚାଷ କ୍ଷତିକରିବା ସହିତ ଘର ଭାଙ୍ଗି ଲୋକଙ୍କୁ ଆକ୍ରମଣ କରୁଥିବା ବାରମ୍ବାର ଘଟୁଛି,ତେବେ ବନ ବିଭାଗ ଏହି ହାତୀ ଘଉଡାଇକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି 

============================

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ 

ବସ୍ତା,23/04 :ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ଼ ପୋଲିସ ଫାଣ୍ଡିରୁ ବାହାରି ବଜାର ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଯେଶରେ ମଙ୍ଗଳବାର ଅପରାହ୍ନ ସମୟରେ ରେ ବାଲେଶ୍ଵର ଜିଲ୍ଲା ପୋଲିସ ସମେତ ବିଏସଏଫ ,ଏକ ପ୍ଲାଟୁନ ପୋଲିସ ଫୋର୍ସ ଦ୍ୱାରା କରାଯାଇଥିଲା, ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସଚେତନତା କରାଇବା ସଙ୍ଗେ ସଙ୍ଗେ ସମସ୍ତ ଜନସାଧାରଣ ପୋଲିସର ସାହାଯ୍ୟ ନେଇ ପାରିବେ ବୋଲି ଜନସାଧାରଣଙ୍କୁ ଅବଗତ କରା ଯାଇ ଥିଲା,ଏହି ପରିପ୍ରେକ୍ଷୀରେ ଅମର୍ଦାରୋଡ଼ ପୋଲିସ ଫାଣ୍ଡିରୁ ବାହାରି ବଜାର ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା, ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗଦେଇ ଥିଲେ l ତେବେ ଏହି କାଯ୍ୟକ୍ରମ ରାତି ସମୟରେ ଶେଷ ହୋଇଥିଲା।

===========.===.============

କୋର୍ଟ ଦ୍ଵାରା ବିଷ୍ଣୁପୁର ସରପଞ୍ଚ ଅଯୋଗ୍ୟ ଘୋଷିତ

ବସ୍ତା,23/04 :ବାଲେଶ୍ବର ସିଭିଲ ଜଜ୍ କୋର୍ଟ ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ସରପଞ୍ଚଙ୍କୁ ଏକ ମାମଲାରେ ବିଚାର କରି ଏବେ ଅଯୋଗ୍ୟ ଘୋଷଣା କରିଛନ୍ତି। କୋର୍ଟ ମଙ୍ଗଳବାର ଅପରାହ୍ନ ସମୟରେ ଚିଠି ନଂ ୦୩/୨୦୨୨ ମୂଳେ ଏହି ନିର୍ଦ୍ଦେଶ ଦେଇ ଛନ୍ତି। ସେହି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ସାନି ନିର୍ବାଚନ କରିବା ପାଇଁ କତୃପକ୍ଷଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦେଶ କରିଛନ୍ତି। ତେବେ ଏ ବାବଦରେ ସରପଞ୍ଚ ମହେଶ୍ୱର ଜେନାଙ୍କ ସହ ଯୋଗାଯୋଗ କରିବାରୁ ଏହି ରାୟ ବିରୋଧରେ ସେ କୋର୍ଟରେ ପୁନଃ ଆବେଦନ କରିବା ସହିତ ଦରକାର ପଡ଼ିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସହାୟତା ନେବେ ବୋଲି କହିଛନ୍ତି। ଏହି ଘଟଣା ସର୍ଵତ୍ର ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦିଗହରା ବଳରାମ ଯୋଜନା , 82 ଗୋଷ୍ଠୀ ରୁ କାହାକୁ ମିଳୁନି ଚାଷ ଋଣ

Sunil Chandra Nayak

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କଲେ ଅଞ୍ଚଳବାସୀ

masiha

ଝରିଗୁମ୍ମା ଠାରେ ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort