ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମା ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ବିଧାୟକ ପ୍ରାର୍ଥିନୀ

ମା ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ବିଧାୟକ ପ୍ରାର୍ଥିନୀ

ଖଇରା,୨୪/୪/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ଗ୍ରାମରେ ଥିବା ମା ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଗତକାଲି ଅପରାହ୍ନରେ ପୂଜାର୍ଚ୍ଚନା କରିଛନ୍ତି ସିମୁଳିଆ ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ଭାବେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ସୁବାସିନୀ ସାହୁ । ତାଙ୍କ ସହିତ ତାଙ୍କର ସ୍ବାମୀ ଯିଏ କି ଜଣେ ଦକ୍ଷ ସମାଜସେବୀ ଶଶୀ କୁମାର ସାହୁ ଓରଫ ଶଶୀ ନନା ଥିଲେ । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପ୍ରଦାନ ପରେ ମା ଚଣ୍ଡୀ ଠାକୁରାଣୀ ଓ ପାର୍ଶ୍ଵ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ । ଶ୍ରୀମତୀ ସାହୁ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟଲାଭ କରିବେ ବୋଲି ଶ୍ରୀ ଦାସ ବକ୍ତବ୍ୟରେ କହିଥିଲେ । ଏଥିରେ ମହିଳା ନେତ୍ରୀ ଉର୍ମିଳା ଦାସ, ଅନ୍ନପୂର୍ଣ୍ଣା ବାରିକ, ପୂର୍ଣ୍ଣିମା ପଣ୍ଡା, ପଣ୍ଡିତ ବେଣୁଧର ତିଆଡି, ତ୍ରୈଲୋକ୍ଯ ତିଆଡି, କୃଷ୍ଣ ନାୟକ, କମଳାକାନ୍ତ ଦାସ, ଅନନ୍ତ ପ୍ରସାଦ ନାୟକ, କୃଷ୍ଣ ପୃଷ୍ଟି, ଲକ୍ଷ୍ମୀଧର ବେହେରା, ଦୀପକ ବାରିକ, କୈଳାସ ରଣା, କୈଳାସ ବେହେରା, କରୁଣାକର ପଣ୍ଡା, ଭଗବାନ ଦାଶ ଓ ନାରାୟଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସିମୁଳିଆ ପାଇଁ ଦଳର ସୁପ୍ରିମୋ ଉପଯୁକ୍ତ ପ୍ରାର୍ଥିନୀ ଚୟନ କରିଥିବାରୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଜୟ ବିଜେଡି ଜୟ ସୁବାସିନୀ ସାହୁ ସ୍ଲୋଗାନରେ ପୀଠ କମ୍ପି ଉଠିଥିଲା । ଏଥିରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

masiha

କଂଗ୍ରେସର ନିର୍ବାଚନୀ ଶୋଭାଯାତ୍ରା ଓ ସାଧାରଣ ସଭା  ଭାଜପା ଓ ବିଜେଡି ଉପରେ ବର୍ଷିଲେ-ଭକ୍ତ ଦାସ

masiha

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!