ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ 

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ 

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନର୍ଲା ବ୍ଲକ୍ ଅନ୍ତର୍ଗତ ସାନଗୁଣ୍ଡୁରି ଗ୍ରାମ ରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି କେଦାର ନାଥ ରଣା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ବୀର କିଶୋର ରଣା ବିବରଣୀ ପଠନ କରିବା ସହ ପୂର୍ବ ବର୍ଷ କାର୍ଯ୍ୟକ୍ରମ ର ଆୟ ବ୍ୟୟ ର ହିସାବ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ସଭାପତି ଗଙ୍ଗାଧର ରଣା, ସଦର ସଭାପତି ଦେବାର୍ଚ୍ଚନ ରଣା, ଜିଲ୍ଲା ଉପ ସଭାପତି ଘନଶ୍ୟାମ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ଲବକାନ୍ତ ରଣା, ଜୁନାଗଡ଼ ବ୍ଲକ ଯୁବ ସଭାପତି ମୀନକେତନ ରଣା, ଡମ୍ବରୁଧର ରଣା, ନର୍ଲା ବ୍ଲକ୍ ଯୁବ ସଭାପତି କୌରବ ରଣା, ଯୁବ ଗାଳ୍ପିକ ଡିଲେଶ୍ୱର ରଣା, କୁବେର ରଣା,ସୁଧୀର ରଣା , ଶିକ୍ଷାବିତ୍ ଉପେନ୍ଦ୍ର ରଣା, କୁବେର ରଣା, ବିରେନ୍ଦ୍ର ରଣା,ପ୍ରଭୃତି ମଞ୍ଚାସିନ ଥିଲେ । ନୂଆଁଖାଇ ଭେଟଘାଟ ଜରିଆରେ ପରସ୍ପର ମଧ୍ୟରେ ଶୁଭେଛା ଆଦାନ ପ୍ରଦାନ କରାଯିବା ପରେ ସମାଜ ର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦିଆଯାଇଥିଲା । ସରକାରୀ ସ୍ତରରେ ଥିବା ସବୁ ସୁବିଧା ,ବ୍ୟବସ୍ଥା ଓ ନିଜ ହକ କୁ ହାସଲ ପାଇଁ ସଂଗ୍ରାମ କରିବାକୁ ଆହ୍ବାନ କରାଯାଇଥିଲା । ମାଟିକଳା ବୋର୍ଡ ଗଠନ କରିବାକୁ ସରକାର ଙ୍କୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ପଦକ୍ଷେପ ନେବା ରେ ହେଳା କରୁଥିବରୁ ଏ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ଏହାବାଦ ରାଜନୀତି କ୍ଷେତ୍ର ରେ ମଧ୍ୟ ସମାଜ ର ଯୁବପିଢି ଯେପରି ଆଗକୁ ଆସିବେ ଏବଂ ସକ୍ରିୟ ଅଂଶଗ୍ରହଣ କରିବେ ସେ ନେଇ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ସମାଜ ର ବିଭିନ୍ନ ପ୍ରତିଭା ଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଯୁବ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ଏବଂ ଯୁବ ଗାଳ୍ପିକ ଡିଲେଶ୍ୱର୍ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ସାନଗୁଣ୍ଡୁରି ଗ୍ରାମ ସଭାପତି ସତ୍ୟପ୍ରିୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଏହାକୁ ଓମ୍ ପ୍ରକାଶ ରଣା ପରିଚାଳନା କରିଥିଲେ । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ହାତୀ ଆକ୍ରମଣ ର ଶିକାର ହେଲେ ଦୁଇଟି ଗ୍ରାମର ଦୁଇ ଯୁବକ

Sunil Chandra Nayak

ନର୍ଲାବ୍ଲକ୍ ଅଧିନ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମଲୋଚନ ଜାଲ୍ ଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!