ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଶାନ୍ଟୁନୁ ଠାକୁର

ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଶାନ୍ଟୁନୁ ଠାକୁର

ରାଇଘର ୨/୫ ଚଳିତ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ମୈଦାନରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ଟୁନୁ ଠାକୁର।ହେଲିକେପଟର ଯୋଗେ ୧୦.୫୫ ମି. ରେ ରାଇଘର ମିନି ଷ୍ଟାଡିୟମ ଠାରେ ପହଂଚି ଏକ ସାଧାରଣ ସଭା ରେ ଉଦବୋଧନ ଦେଲେ ଏବଂ ବିରାଟ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ଯୋଗଦାନ କଲେ । ଅନ୍ୟପଟେ ଭାଜପା ସ୍କାନର ରେ ପଶ୍ଚିମ ଓ ଦକ୍ଷିଣ ଓଡିଶା ରହିଥିବା ବେଳେ ମନ୍ତ୍ରୀ ଙ୍କ ଏହି ଗ୍ରସ୍ତ ବେଶ ଗୁରୁତ୍ୱ ବହନ କରୁଛି। ଉମରକୋଟ ନିର୍ବାଚନ ମଣ୍ଡଳୀରେ ୪୦ ହଜାର ରୁ ଉର୍ଦ୍ଧ ବାଙ୍ଗୀୟ ଭାସଭାସି ଭୋଟର ରହିଛନ୍ତି। ବାଙ୍ଗୀୟ ଭୋଟର ଉମରକୋଟ ନିର୍ବାଚନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ଏଣୁ ଏହି ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିଥାଏ। କେନ୍ଦ୍ର ମନ୍ତ୍ରୀ ଙ୍କ ଗ୍ରସ୍ତ କୁ ନେଇ ଭାଜପା ମହଲ ରେ ଉତ୍ସାହ ଦେଖିବାକୁ ମିଳିଛି। କେନ୍ଦ୍ର ମନ୍ତ୍ରୀ ଡବଲ ଇଂଜିନ ସରଜାର ପାଇଁ ଲୋକ ଙ୍କୁ ବିଧାୟକ ଓ ସାଂସଦ ରେ ପଦ୍ମ ଫୁଲ ରେ ଭୋଟ ଦେବାକୁ କହିଛନ୍ତି, ବାଙ୍ଗୀୟ ଭାଷାରେ ଭାଷଣ ରେ CAA ଦ୍ୱାରା କେତେ ଲାଭନିତ୍ୱ ହେବେ ବୁଝାଇ, ମତୁଆ ସମ୍ପ୍ରଦାୟ ଙ୍କ ପାଇଁ ପ୍ରଧାନମନ୍ତ୍ରି ସ୍ୱତନ୍ତ୍ର ଭାବେ ବିଶ୍ୱ ଦରବାର ରେ ପରିଚୟ ଦେଇଛନ୍ତି ବୋଲି କହିଥିଲେ, ଏହି ଗ୍ରସ୍ତ ଦ୍ୱାରା ବାଙ୍ଗୀୟ ଭୋଟ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି।

================.==============

କେନ୍ଦ୍ରମନ୍ତ୍ରୀ ଙ୍କ ହେଲିକେପଟର ଯାଞ୍ଚ

ରାଇଘର ୨/୫ ନିର୍ବାଚନୀ ପ୍ରଚାର ରେ ଭାଜପା ପକ୍ଷରୁ ରାଇଘର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶାନ୍ଟୁନୁ ଠାକୁର । ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ସ୍ଥିତ ମିନି ଷ୍ଟାଡିୟମ ଠାରେ ନିର୍ବାଚନୀ ସଭା ରେ ଯୋଗ ଦେବାକୁ ଆସିବା ସମୟରେ ନିର୍ଵାଚନ କମିଶନ ଙ୍କ ନିର୍ଦେଶ କ୍ରମେ କେନ୍ଦ୍ରମନ୍ତ୍ରୀ ଆସିଥିବା ହେଲିକପଟର କୁ ଫ୍ଲ।ୟିଙ୍ଗ ସ୍କ୍ୱାଡ଼ ମୁଖ୍ୟ ତଥା ରାଇଘର BDO ଲକ୍ଷ୍ମୀ ସାଗର ମାଝୀ ଓ କନିଷ୍ଠ ଯନ୍ତ୍ରୀ ଦୁର୍ଗା ଚରଣ ହାଁସଦା ଯାଞ୍ଚ କରି ଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଙ୍କ ହେଲିକେପଟର କୁ ପ୍ରାୟ ୨୦ ରୁ ୨୫ ମିନିଟ ଯାଞ୍ଚ କରାଯାଇ ଥିଲା।ଯାଞ୍ଚ ପରେ ହେଲିକାପାଟର କୁ ଯିବ କୁ ଦିଆ ଯାଇଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା ,ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

Sunil Chandra Nayak

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!