ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଶାସକ୍ତ ପୁଅର ଉନ୍ମକ୍ତ କାଣ୍ଡ , ବାଡ଼େଇ ବାଡ଼େଇ ମା କୁ ହତ୍ୟା

ସାର୍ଥା,ଲଙ୍ଗଳେଶ୍ଵର 10/1/23 ( ମନୀଷ) ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ସାର୍ଥା ଗ୍ରାମରେ ଜଣେ ମଦୁଆ ପୁଅର ଉନ୍ମକ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ଭତ୍ତା ଟଙ୍କା ମା ଠୁଁ ନପାଇ ବାଡ଼େଇ ବାଡ଼େଇ ହତ୍ୟା। ସୂଚନା ଅନୁସାରେ ସାର୍ଥା ଗ୍ରାମର ସ୍ବର୍ଗତ ଅଯୋଧ୍ୟା ମଣ୍ଡଳ ଙ୍କ (୭୫) ବର୍ଷ ର ସ୍ତ୍ରୀ ସାବିତ୍ରୀ ମଣ୍ଡଳ ସରକାର ଙ୍କ ଠାରୁ ଭତ୍ତା ଟଙ୍କା ପାଉଥିବା ବେଳେ, ଗତକାଲି ରାତିରେ ବଡ଼ପୁଅ ଅଜୟ ମଣ୍ଡଳ (୫୨) ପ୍ରଚୁର ମଦ୍ଯ ପାନ କରି ଘରଭିତରେ ମା’କୁ ଭତ୍ତା ଟଙ୍କା ମାଗିଥିଲେ। ହେଲେ ବୁଢି ମା ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୀର୍ଘ ସମୟ ଧରି ବନ୍ଦ କୋଠରୀ ମଧ୍ୟରେ ଝଗଡ଼ା ଲାଗି ରହିଥିବା ରୁ ସାନ ବୋହୁ ସଞ୍ଜୁ ରାଣୀ ମଣ୍ଡଳ ଯୋରକରି ଘରେ ପଶିବାକୁ ଚେଷ୍ଟା କରିଥିଲେ। ହେଲେ ଘରେ ପଶିଲା ବେଳକୁ ବୁଢି ମା ତଳେ ପଡି ଛଟପଟ ହେଉଥିବା ଦେଖି ପଡୋଶୀ ଙ୍କୁ ଡାକ ପକାଇ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରୁଥିବା ବେଳେ ସାବିତ୍ରୀ ମୃତ୍ୟୁ ବରଣ କରିଥିଲେ। ଏନେଇ ସଞ୍ଜୁ ରାଣୀ ଦେଢଶୁର ଙ୍କ ନାମରେ ସିଙ୍ଗଲା ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ଦେଢଶୁର ଗତକାଲି ରାତିଠାରୁ ଫେରାର ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଏସଡିପିଓ ଜଳନ୍ଧର ଜାଲି, ଆଇଆଇସି ସୁବ୍ରତ କୁମାର ବେହେରା ପହଞ୍ଚି ମୃତ ସାବିତ୍ରୀ ର ଶବକୁ ଜବତ ସହିତ ତଦନ୍ତ ଜାରି ରଖିଛନ୍ତି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଆମଗୁଡା ବଜାର ନିକଟରେ ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ 

masiha

୩ ବାଲି ବୋଝେଇ ହାଇୱା ଜବତ  , ୯୮ ହଜାର ଜରିମାନା ଆଦାୟ 

Sunil Chandra Nayak

ଦିନ ଦ୍ଵିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ 

masiha

Leave a Comment

error: Content is protected !!