ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବରାହ ହତ୍ୟା ଘଟଣାରେ ଦୁଇ ଗିରଫ

ଗୋଳାମୁଣ୍ଡା // କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ବରାହ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଚପରିଆ ପଞ୍ଚାୟତ ବାଞ୍ଜିପଦର ଗ୍ରାମର କେତେକ ଲୋକ ଆଜି ସଖାଳ ୫ଟା ସମୟରେ ବିଶି ବର୍ଣି ସଂରକ୍ଷିତ ଜଙ୍ଗଲର ଏକ ବରାହ ଗାଁକୁ ଆସିଥିବା ବେଳେ ସଙ୍ଘବଧ ହୋଇ ହତ୍ୟା କରିଥିଲେ । ବିଶେଷ ସୁତରୁ କେଗାଁ ବନ ବିଭାଗ ରେଞ୍ଜର ବିଜୟ କୁମାର ମଲ୍ଲିକ ଖବର ପାଇ ନିଜ କର୍ମଚାରୀ ବନପାଳ ମଧୁକର ପୁଟେଲ,ଗୋଲାମୁଣ୍ଡା ବନପାଳ ରମେଶ ପଣ୍ଡା, ବନରକ୍ଷୀ ସାଧନା ପଧାନ, ଗୁନି ମହାରଣା, ଭୀଷ୍ମ ଶବର, ପାରାଷ୍ଟାପ ଗଜେନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ବିନୋଦ ବିହାରୀ ମହାଳିକ, କୃଷ୍ଣଚନ୍ଦ୍ର ଚଣ୍ଡୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବାଞ୍ଜିପଦର ଗ୍ରାମର ଗୁର ଭୋଇ ଓ ଗୁପ୍ତେଶ୍ଵର ନାଗ । କେଗାଁ ବନବିଭାଗ ଦୁଇ ଅଭିଯୁକ୍ତଙ୍କୁ ୧୬୬/୨୩ରେ କେଶ ରୁଜୁକରି ବନ୍ୟପ୍ରାଣୀ ଆଇନ ୫୧ ଧାରା ଅନୁଯାୟୀ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା କେତେଜଣ ଆସାମୀ ଫେରାର ଅଛନ୍ତି ବୋଲି ରେଞ୍ଜର ବିଜୟ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଚାରିଜଣ ହରିଣ ମାଂସ ଶିକାରୀଙ୍କୁ ଜଙ୍ଗଲରେ ମାଡିବସିଲେ ବନ କର୍ମଚାରୀ, କୋର୍ଟ ଚାଲାଣ ପରେ ଜାମିନି ନାମଞ୍ଜୁର

masiha

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

Sunil Chandra Nayak

ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ 

Leave a Comment

error: Content is protected !!