ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

ନୂତନ ଭାବେ ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି।ଗତ କିଛି ଦିନ ତଳେ ଚିଲିଚିଲା ସ୍ଥିତ ଏକ ଢ଼ାବା ରେ ଚଢ଼ାଉ କରିବା ସହ ମାଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଠିକ ତାର ୨ଦିନ ପରେ ତଥା ରବିବାର ରାତ୍ରିରେ ଧର୍ମଗଡ଼ ଥାନା ଅଧିନ ଗୋଡ଼ଭଞ୍ଜା ଗ୍ରାମ ରେ ଜଣେ ବେନିୟମ ଭାବେ ବିଦେଶୀ ମଦ କାରବାର କରୁଥିବା ମଦ କୋଠି ଉପରେ ଚଢ଼ାଉ କରି ଜଣ କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜନକ ହେଲେ ଗୋଡ଼ଭଞ୍ଜ। ଗ୍ରାମର ଗୋପାଳ ମେହେର । ଢ଼ାବା ରୁ ବିଭିନ୍ନ ବ୍ରାଣ୍ଡ ର ୨୦୧ଲିଟର ବିଦେଶୀ ମଦ ପୋଲିସ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଏନେଇ ଧର୍ମଗଡ ଥାନା ରେ କେଶ ନଂ ୧୨୪/୨୫ ଅବକାରୀ ଆଇନ ଅନୁଯାୟୀ ଗୋପାଳ ମେହେର ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।ତେବେ ଧର୍ମଗଡ଼ ଥାନା ରେ ଶ୍ରୀ କୋଲାହରସ ଯୋଗ ଦେବା ପରେ ବେନିୟମ ମଦ ବେପାରୀ ଙ୍କ ଭିତରେ ଛନକା ପସିଛି। ଧର୍ମଗଡ ଥାନା ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏତେ ପରିମାଣ ର ମଦ ଜବତ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଞ୍ଚଳ ରେ ଦିନ କୁ ଦିନ ବେନିୟମ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଥାନା ଅଧିକାରୀ ଙ୍କ ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରସଂସା କରାଯାଉଛି। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଡ ଅଧିକାରୀ

masiha

ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ମୃତ୍ୟୁ/ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର/ଶବ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଚଳାଇଛି ପୋଲିସ

Sunil Chandra Nayak

ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

Leave a Comment

error: Content is protected !!