ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରେନ ଲାଇନରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ

କାମାକ୍ଷାନଗର -(ମନିସ )22/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଦେଇ ଯାଇଥିବା ନୂତନ ଟ୍ରେନ ଲାଇନରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି |ମୃତ ମହିଳା ଜଣକ ହେଉଛନ୍ତି ପଥରଖମ୍ବ ଗ୍ରାମର ବନିତା ବିଶ୍ୱାଳ |ସୂଚନା ମୁତାବକ ବନିତା ଆଜି ସକାଳେ ଭୋର ମୁକ୍ତାପଶି ମେଡିକାଲ ଯିବା ପାଇଁ ଘରୁ ବାହରିକି ଆସିଥିଲେ |ତେବେ କିଛି ସମୟ ପରେ ଟ୍ରେନ ଲାଇନରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତ ଦେହ ପଡିଥିବାର, ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଚିହ୍ନଟ କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଜିଆରପି ପୋଲିସ ଘଟଣା ସ୍ଥଳରେ ପହଂଚି ନାହିଁ |ତେବେ ଏହି ନୂତନ ଟ୍ରେନ ଲାଇନଟି ବୁଢାପଙ୍କ ରୁ ଡ଼ୁବୁରୀ ସଂଯୋଗ ହୋଇଥିବା ବେଳେ, କିଛି ଦିନ ପୂର୍ବରୁ ମାଲବାହି ଟ୍ରେନଯାତାୟତ କରୁଛି |ତେବେ ଟ୍ରେନ ଦୁର୍ଘଟଣାରେ ବନିତାଙ୍କ ମୃତ୍ୟୁ ହୋଇଥିବା ସଂନ୍ଦେହ କରାଯାଉଥିବା ବେଳେ ଅଂଚଳରେ ଏହା ପ୍ରଥମ ଟ୍ରେନ ଦୁର୍ଘଟଣା ହୋଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ |ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା, ଜିଆରପି ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୫୫ କିଲୋ ଗଞ୍ଜେଇ ଜବତ କଲା ପୋଲିସ , ଗାଡି ଛାଡି ଜଙ୍ଗଲ ଭିତରକୁ ଅଭିଯୁକ୍ତ ଫେରାର 

Sunil Chandra Nayak

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!