ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀ ନିଖୋଜ ପରିବାର ଲୋକେ ଚିନ୍ତାରେ

ନର୍ଲା : (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଭୀମକେଲା ଗ୍ରାମରୁ ଏକ ଯୁବତୀ ଓ ୩ ବର୍ଷର ଶିଶୁପୁତ୍ର ନିଖୋଜ ଘଟଣା ପଦାକୁ ଆସିଛି। ଏ ନେଇ ପରିବାର ଲୋକେ ନର୍ଲା ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମର ନିଆମ ସୁନାଙ୍କ ପୁଅ ବୋହୁ କବିତା ସୁନା ( ୨୬)ଗତ ମଇ ୨୯ ତାରିଖ ଦିନ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ କୁଆଡେ଼ ଚାଲିଯାଇଛନ୍ତି। ଏହି ଘଟଣାରେ ମୋର ନାତି ଦିଆନସୁ ସୁନା( ଛୋଟ ଶିଶୁ)କୁ ସାଙ୍ଗରେ ନେଇ ବୋହୁ କବିତା ସୁନା କେଉଁ ଆଡେ ଚାଲିଗଲା ବୋଲି ଶଶୁର ନିଆମ ସୁନା ଲିଖିତ ଭାବେ ଥାନାରେ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଆଜକୁ ପ୍ରାୟ ଏକ ମାସ ତଳେ ନିଆମ ସୁନାଙ୍କ ପୁଅ ହୁସେନ ସୁନା ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥିବା ବେଳେ ପୁଅ ବୋହୁ ଘରୁ ନିଖୋଜ ହେବା ନେଇ ନାନା ସନ୍ଦେହ ମଧ୍ୟରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। କବିତା ସୁନାଙ୍କ ସାତ ବର୍ଷର ଝିଅ ମାମୁଁ ଘରେ ରହୁଥିବା ବେଳେ ଛୋଟ ଶିଶୁକୁ ଧରି କବିତା କେଉଁ ଆଡେ ଗଲା ବୋଲି ଶିଶୁଙ୍କ ଜେଜେମା କାନ୍ଧି କାନ୍ଧି ଅଥୟ ହୋଇପଡୁଛନ୍ତି।

 ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ନକଲି ଆଦିବାସୀ ଶିକ୍ଷକ ଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ, ଟିଟିଲାଗଡ଼ ଥାନାରେ ମାମଲା ରୁଜୁ

Sunil Chandra Nayak

ବସ୍‌ ଟର୍ମିନାଲରେ ଖଣ୍ଡା ଧରି ଆତଙ୍କ; ୨ ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!