ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଶୁର୍ଲାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

କୁଶୁର୍ଲାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୧୭/୯ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ଅମର ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପଧାନ, ଇଂରାଜୀ ଅଧ୍ୟାପକ ରବୀନ ନନ୍ଦ, ଓଡ଼ିଆ ଅଧ୍ୟାପିକା ସସ୍ମିତା ସାହୁ, ଜାତୀୟ ସେବା ଯୋଜନା ଅଧିକାରୀ ରାଜେନ୍ଦ୍ର ଗହୀର, ଯୁବ ସ୍ବେଚ୍ଛାସେବୀ ତଥା ପ୍ରକୃତିବନ୍ଧୁ ସନତ କୁମାର ସାହୁ ଉପସ୍ଥିତିରେ ମା’ ପ୍ରତି ସମ୍ମାନ ଓ ଧରିତ୍ରୀ ମା’ ସୁରକ୍ଷା ଉଦ୍ଦେଶ୍ୟରେ ଗଛଟିଏ ଲଗାଇଥିଲେ I ଏଥିରେ ମହାବିଦ୍ୟାଳୟ ଏନଏସଏସ ଛାତ୍ର ଛାତ୍ରୀ, କଳାରୁଦ୍ର ଯୁବକ ସଂଘ ହଜାରୀପଡାର ସଭାପତି ଯୁଗେଶ ଚନ୍ଦ୍ର ଜାନୀ, ଉପସଭାପତି କବିରାଜ ସାହୁ, କୋଷାଧ୍ୟକ୍ଷ ହରପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ I ଶେଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତା ମାନଙ୍କୁ ପ୍ରକୃତିବନ୍ଧୁ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ସେହିପରି ତେରେସିଂହା ଗ୍ରାମସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ବୃକ୍ଷ ରୋପଣ ହୋଇଯାଇଛି I ଶାଖା ପରିଚାଳକ ଦୀନମଣି ନାଏକଙ୍କ ନେତୃତ୍ୱରେ କ୍ୟାସିୟର ରବୀନ୍ଦ୍ର ବାର୍ଲା, ସୁଶାନ୍ତ ରଣା ପ୍ରମୁଖ ସାମିଲ ହୋଇଥିଲେ I

Related posts

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

ଡି ଏ ଭି ସ୍କୁଲ ରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!