ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ା ରେ ମାଓବାଦୀଙ୍କ ବଡ଼ ଚକ୍ରାନ୍ତ ବିଫଳ : ପୋଲିସ-ସିଆରପିଏଫର ମିଳିତ ଅପରେସନରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ନୂଆପଡ଼ା ରେ ମାଓବାଦୀଙ୍କ ବଡ଼ ଚକ୍ରାନ୍ତ ବିଫଳ : ପୋଲିସ-ସିଆରପିଏଫର ମିଳିତ ଅପରେସନରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର କୁ ପୋଲିସ ଓ ସୁରକ୍ଷା ବାହିନୀ ସଫଳତାର ସହ ପଣ୍ଡ କରିଛି। ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଏକ ବଡ଼ ଡମ୍ପ୍‌ର ସନ୍ଧାନ ମିଳିଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମଙ୍ଗଳବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସ୍ଥିତ ମିଟିଂ ହଲ ରେ ଆହୁତ ଏକ ସାମ୍ୱାଦିକ ସମ୍ମିଳନୀ ରେ ଏସପି ଅମ୍ରିତ ପାଲ୍ ସିଂ ଏବଂ ସିଆରପିଏଫ ୧୯ ବାଟାଲିୟନର କମାଣ୍ଡେଣ୍ଟ ଦୀପକ ମଣି ତ୍ରିପାଠୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରେ ଉପରୋକ୍ତ ସୂଚନା ପ୍ରଦାନ୍ କରାଯାଇଛି। ଜିଲ୍ଲା ପୋଲିସ ଓ ସିଆରପିଏଫ- ୧୯ର ମିଳିତ ନେତୃତ୍ୱରେ ଏହି ସଫଳ ଅପରେସନ ସମ୍ପନ୍ନ ହୋଇଛି।ନିର୍ଭରଯୋଗ୍ୟ ଗୁପ୍ତ ସୂଚନା ଆଧାରରେ ବୋଡ଼େନ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲ ଏବଂ ବାରପାଟ ଡଙ୍ଗର ପାହାଡ଼ିଆ ଅଞ୍ଚଳରେ ନୂଆପଡ଼ା ଡିଭିଏଫ୍ ଓ ସିଆରପିଏଫର ବିଡି ଟିମ୍ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଥିଲେ। ସର୍ଚ୍ଚ ବେଳେ ମାଟି ତଳେ ଲୁଚାଇ ରଖାଯାଇଥିବା ମାଓବାଦୀଙ୍କ ଡମ୍ପ୍‌ ରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ଜବତ ସାମଗ୍ରୀ ହେଲା  ୦୨ଟି ଦେଶୀ ବନ୍ଧୁକ ଏବଂ ମାଗାଜିନ ସହ ୦୧ଟି ଦେଶୀ କାରବାଇନ।

 ଏକେ-୪୭ର ୨୯ ରାଉଣ୍ଡ ଏବଂ ଏସଏଲଆରର ୫୪ ରାଉଣ୍ଡ ଜୀବନ୍ତ ଗୁଳି।୦୨ଟି ଟିଫିନ ଆଇଇଡି, ୦୮ଟି ଜେଲାଟିନ ଷ୍ଟିକ, ୧.୫ କିଲୋଗ୍ରାମ ଗନ୍ ପାଉଡର ଓ ୟୁରିଆ।ଡେଟୋନେଟର, ସୋଲାର ପ୍ଲେଟ୍, ବ୍ୟାଟେରୀ, ମାଓବାଦୀ ପୋଷାକ, ଔଷଧ ବାକ୍ସ ଓ ମାଓ ସାହିତ୍ୟ।ଏହି ସଫଳତାକୁ ନକ୍ସଲ ବିରୋଧୀ ଅଭିଯାନରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି। ପୂର୍ବରୁ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ସୁରକ୍ଷା ବାହିନୀ ସୀମାନ୍ତ ଜଙ୍ଗଲ ଅଞ୍ଚଳରେ କ୍ରମାଗତ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିଛି। ଏହାଦ୍ୱାରା ମାଓବାଦୀଙ୍କ ଅବଶିଷ୍ଟ ନେଟୱର୍କ କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଲକ୍ଷ୍ୟ ରହିଛି।

ଏହି ଅପରେସନରେ ସୁରକ୍ଷା ବାହିନୀର କୌଣସି କ୍ଷତି ହୋଇନଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ସର୍ଚ୍ଚ ଓ କମ୍ବିଂ ଅଭିଯାନ ଅଧିକ ଜୋରଦାର କରାଯିବ ବୋଲି ପୋଲିସ ପ୍ରଶାସନ ସୂଚନା ଦେଇଛି।

Related posts

ପାରିବାରିକ କଳହ ଯୋଗୁଁ ଜ୍ବାଇଁ ର ଛୁରା ମାଡ଼ରେ ଶଶୁର ମୃତ୍ୟୁ

Sunil Chandra Nayak

ପ୍ରହସନ ପାଲଟିଛି ସେପ୍ଟୀ କାର୍ଯ୍ୟକ୍ରମ ,ବସନ୍ତ ପୁର ସ୍ଥିତ ଆଦିତ୍ୟ ବିର୍ଲା କାରଖାନା ରେ ଦୁର୍ଘଟଣା, ଜଣେ ମୃତ, ଗେଟ ସାମ୍ନା ରେ ଉତ୍ତେଜନା

masiha

ଜୀବନ୍ତ ବ୍ରଜକାପ୍ତା ସହ ୨ଟି ମୋବାଇଲ, ୨ଟି ବାଇକ, ବ୍ରଜକାପ୍ତା କାତି ଜବତ୍ , ଶିକ୍ଷକ ଓ ସମ୍ପର୍କୀୟ ଭାଇ କୋଟ ଚାଲାଣ

masiha

Leave a Comment

error: Content is protected !!