ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଯୋଗଦାନ; ସୁଶାସନ ଓ ରାଜସ୍ୱ ସଂଗ୍ରହ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଯୋଗଦାନ; ସୁଶାସନ ଓ ରାଜସ୍ୱ ସଂଗ୍ରହ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସୁଶାସନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ତହସିଲ କାର୍ଯ୍ୟାଳୟ ଓ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କରି ଲୋକଙ୍କୁ ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ସେବା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳଙ୍କୁ ସପ୍ତାହକୁ ଅତିକମରେ ଦୁଇଟି ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ସେବା ପ୍ରଦାନ ବ୍ୟବସ୍ଥାର ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଗଙ୍ଗାଧର ନାୟକ ଯୋଗଦେଇ ସାମାଜିକ ଗୃହ ନିର୍ମାଣ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାର ସହରାଞ୍ଚଳ ବିକାଶ କ୍ଷେତ୍ରର ସଫଳତା ସମ୍ପର୍କରେ ସ୍ୱତନ୍ତ୍ର ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ, ହୋଲ୍ଡିଂ ଟିକସ ଆଦାୟରେ ନୂଆପଡ଼ା ଏନ୍‌ଏସି ରାଜ୍ୟରେ ପ୍ରଥମ ଏବଂ ଖଡ଼ିଆଳ ଏନ୍‌ଏସି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଡିଡିସି, କନ୍‌ଭର୍ଜେନ୍ସ ଓ ଅନ୍ୟାନ୍ୟ ସମୀକ୍ଷା ବୈଠକରେ ପୌର ପ୍ରଶାସନର ସକ୍ରିୟ ଅଂଶଗ୍ରହଣ ବିଭିନ୍ନ ସହରାଞ୍ଚଳ ବିକାଶ ଯୋଜନାର ସଫଳ ରୂପାୟନରେ ସହାୟକ ହେଉଥିବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।

ବୈଠକରେ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଜୁନ୍–୨୦୨୬ ସୁଦ୍ଧା ୬୨୮.୧୪ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଛି, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୩୫.୯୧ ପ୍ରତିଶତ ଅଧିକ। ସେହିପରି ସିଟି ଓ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ ଚଳିତ ଆର୍ଥିକ ବର୍ଷରେ ୪୪୭.୮୦ ଲକ୍ଷ ଟଙ୍କାର ବାର୍ଷିକ ଲକ୍ଷ୍ୟ ବିପରୀତ ଜୁନ୍ ସୁଦ୍ଧା ୯୫.୦୬ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ସୂଚନା ଦେଇଥିଲା।

ଲିଗାଲ୍ ମେଟ୍ରୋଲୋଜି ବିଭାଗ ପକ୍ଷରୁ ଜୁନ ମାସରେ ୩୧୦ଟି ଯାଞ୍ଚ, ୯୧୦ ଜଣ ବ୍ୟବସାୟୀଙ୍କ ନିୟମିତ ପରିଦର୍ଶନ, ୬୫ଟି ଆକସ୍ମିକ ଯାଞ୍ଚ ଏବଂ ୭୭୯ଟି ଓଜନ ଓ ପରିମାପ ଯନ୍ତ୍ରର ଯାଞ୍ଚ ଓ ଷ୍ଟାମ୍ପିଂ କରାଯାଇଛି। ଏଥିରୁ ୫ ଲକ୍ଷ ୨୨ ହଜାର ୬୦୫ ଟଙ୍କା ଫିସ୍ ସଂଗ୍ରହ ହୋଇଛି। ଗତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଞ୍ଚ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମୋଟ ୧ କୋଟି ୩ ଲକ୍ଷ ୫୨ ହଜାର ୯୫୪ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବାବେଳେ, ଅବକାରୀ ବିଭାଗ ପକ୍ଷରୁ ମେ’–୨୦୨୬ ସୁଦ୍ଧା ୫ କୋଟି ୨୪ ଲକ୍ଷ ୨୮ ହଜାର ୨୯୪ ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଥିବା ଏବଂ ଏହା ଗତବର୍ଷର ସମାନ ଅବଧି ତୁଳନାରେ ୮.୯୮ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନସିମ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

masiha

ମା ତାରିଣୀ ମହିଳା ଆରୋଗ୍ୟ ସମିତି ତରଫରୁ ଦହିପାଣି ବଣ୍ଟନ

masiha

Leave a Comment

error: Content is protected !!