ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

ବନ୍ଧୁଗାଁ ତା, ୯/୭/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଠାରେ ଆଜି ଜିଲ୍ଲା ସ୍ତରୀୟ ଜନ ଶୁଣାନୀ ଅଭିଯୋଗ କାର୍ଯ୍ୟକ୍ରମ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠିଙ୍କ ଆୟୋଜନ ଦ୍ୱାରା ଜନ ଶୁଣାନୀ ଅଭିଯୋଗ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଉପ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ରାଉତ ଶୋଭା କାର୍ଯ୍ୟକୁ ଆଗକୁ ନେଇଥିଲେ I ଆଜିର ଏହି ଜନ ଶୁଣାନୀ ଅଭିଯୋଗ କାର୍ଯ୍ୟକ୍ରମରେ ଥିଲା ସାଧାରଣ ମୋଟ ୬୦ ଗଟି ଅଭିଯୋଗ ଶୁଣିଥିଲେ ଉପଜିଲ୍ଲା ପାଳ I ଏଥିରେ ସାଧାରଣ ଅଭିଯୋଗ ୧୫ ଟି ରହିଥିବା ବେଳେ ବିଜୁଳି ଜଳ ଜଳ ସମସ୍ୟା ୩ ଟି ଓ ଗାଁ ମାନଙ୍କରେ ଗାର୍ଡ ୱାଲ ପାଇଁ ୫ ଟି ଇନ୍ଦିରା ଆବାସ ଘର ଉପରେ ୩୦ ଓ ସାମୂହିକ ଅଭିଯୋଗ ଅଭିଯୋଡି ୭ ଟି ଓ ମୌଖିକ ରହିଥିଲା I ଏହି କାର୍ଯ୍ୟକ୍ରମ ବନ୍ଧୁଗାଁ ବ୍ଲକର ଶୋଭାଗୃହ ଠାରେ ସକାଳ ୧୦. ୩୦ ରୁ ଆରମ୍ଭ ହୋଇ ଡ଼ି ପହର ୨ ଟା ପର୍ଯ୍ୟନ୍ତ ଜନଶୁଣାନୀ ଅଭିଯୋଗ କାର୍ଯ୍ୟକ୍ରମ ଚାଲୁ ରହିଥିଲା I ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ଜିଲ୍ଲା ଜଳ ବିଭାଗ, ପି.ଏ.ଆଇ.ଟି.ଡ଼ି.ଏ., ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ, ଜିଲ୍ଲା ଓ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବନ୍ଧୁଗାଁ ବ୍ଲକର ଅଧିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମଦନ ମହନ ମୁଦୁଲି, ଜିଲ୍ଲା ପଞ୍ଚାୟତ ଅଧିକାରୀ, ବନ ବିଭାଗ ଅଧିକାରୀ, ଏ.ପି.ଡ଼ି. ଶ୍ରୀ କହଂର,ହଟି କୋଲଚର ବିଭାଗ, ହର୍ଷା ଟ୍ରଷ୍ଟ, ବେଙ୍କ ବିଭାଗ, ଆରୋକ୍ଷୀ ବିଭାଗର ଜିଲ୍ଲା ଓ ବ୍ଲକ ଅଧିକାରୀ,ଖାଉଟି ବିଭାଗ, ବିଦ୍ୟୁତ ବିଭାଗ,ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗର ଅଧିକାରୀ ତପନ ପ୍ରହରାଜ ଓ ବ୍ଲକର ବିଜୁଳି ବିଭାଗ ଅଧିକାରୀ ଙ୍କ ସହ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବା ସହ ଜିଲ୍ଲା ହେଡ଼ କ୍ୱାଟର ଓ ବନ୍ଧୁଗାଁ ଥାନା ଷ୍ଟାଫଙ୍କ ସହ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ଉପସ୍ଥିତ ହୋଇଥିଲେ I ଆଜିର ଜନ ଶୁଣାନୀ ଅଭିଯୋଗ କାର୍ଯ୍ୟକ୍ରମ ରଖଯାଇଥିବା ର ନେଇ ବ୍ଲକର ୧୩ ଗଟି ପଞ୍ଚାୟତର ବହୁତ ଗ୍ରାମ ଲୋକେ ଜାଣି ପାରିନଥିଲେ I ଯଦ୍ୱାରାକି ପୂର୍ବେ ହୋଇଥିବା ଜନ ଶୁଣାନୀ ତୁଳନାରେ ଚଳିତ ବର୍ଷର  ନୂତନ ସରକାର ପରେ ୫୦% ଭାବରେ ଜନଶୁଣାନୀ ହୋଇଥିବାର ଦେଖିବାକୁ ମିଳିଛି I  ଏପରି ଭାବରେ ଲୋକଙ୍କ ପାଖକୁ ଖବର ନ ଯାଇ ଜନ ଶୁଣାନୀ ହୋଇଥିବା ବିଷୟ ବନ୍ଧୁଗାଁ ବ୍ଲକରେ ଏହା ପ୍ରଥମ ଥର ହୋଇଥିବାର ଦେଖିଲୁ ବଲି ବ୍ଲକ ବାସି ସାଧାରଣ ମୋହଲରେ ଚର୍ଚ୍ଚା ହୋଇଥିବା ସହ କିଛି ଭଦ୍ରବ୍ୟକ୍ତି ବ୍ଲକ ଜିପିଈଓ ଶ୍ରୀ ଶ୍ରୀନିବାସ ପଟ୍ଟ ନାୟକଙ୍କୁ ପଚାରି ବୁଝିଥିଲେ, ଜିପିଈଓ ପଟ୍ଟ ନାୟକ କହିଲେ କି ଆଗ ପରି ବର୍ତ୍ତମାନ ଖାଇବା ପାଇଁ କୌଣସି ବ୍ୟବସ୍ଥା ନଥିବା ସହ ସୋମବାର ରହିଥିଲା ଜନଶୁଣାନୀ କୌଣସି କାରଣ ବସତେ ତାରିଖ ସ୍ତଗିତ ରଖି ମଙ୍ଗଳବାର ଦିନ କୋରାଗଲା ଜ ଦ୍ୱାରାକି ହଟାତ ତାରିଖ ଧାର୍ଯ୍ୟ ଯୋଗୁଁ ପ୍ରାୟ ଲୋକଙ୍କ ପାଖରେ ଖବର ପହଁଞ୍ଚି ପାରିଲା ନାହିଁ କିନ୍ତୁ ସମସ୍ତ ସୋରପଞ୍ଚଙ୍କୁ ଖବର କୋରାଯାଇଥିଲା ବଲି ଶ୍ରୀ ପଟ୍ଟନାୟକ କହିଥିବାର ସୁବିବାକୁ ମିଳିଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

masiha

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

masiha

ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!