ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘଷିପୁରା ଆର ଆଇ ଙ୍କ ଭୁଲ ଜମି ମାପ ଯୋଗୁ ବରିଷ୍ଠ ନାଗରିକ ଦମ୍ପତି ପ୍ରଶାସନ ର ଦ୍ୱାରସ୍ଥ

ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ସେନାଧିକାରୀ,ବଳରାମପୁର ଗ୍ରାମ ନିବସୀ ଶ୍ରୀ ପ୍ରଭାକର ବିଶ୍ୱାଳ (ଜୁନିୟର କମିଶନଡ୍ ଅଫିସର) ଆଜକୁ ୨୪ ବର୍ଷ ପୂର୍ବେ ନଦୁଆଁ ଗ୍ରାମର ଶ୍ରୀ ରମେଶ ଚନ୍ଦ୍ର ବେହେରା (ଅବସରପ୍ରାପ୍ତ ଏ.ବି.ଇ.ଓ) ଙ୍କୁ ଅଂଶିଦାର ରୂପେ ଗ୍ରହଣ କରି ଘରପଯୋଗୀ ପ୍ଲଟ ଟିଏ, ଜନାର୍ଦ୍ଦନପୁର ଶାସନର ବରିଷ୍ଠ ସାମ୍ବାଦିକ ଶ୍ରୀ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ପାଖରୁ କ୍ରୟ କରି ଉଭୟେ ବେଶ୍ ଶାନ୍ତି ଶୃଙ୍ଖଳାର ସହିତ ରହି ଆସୁଥିଲେ । ଆଜକୁ ୨/୩ ମାସ ପୂର୍ବେ ହଠାତ୍ ଶ୍ରୀ ବେହେରା କିଛି ମନ୍ଦ ପ୍ରକୃତିର ଲୋକଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ ତାଙ୍କର କିଛି ନିଅଣ୍ଟ ଜମି ଶ୍ରୀ ବିଶ୍ବାଳଙ୍କ ଅକ୍ତିଆରରେ ଅଛି ବୋଲି ଭାବନା କରି, ତହସିଲଦାର୍ ଘସିପୁରାଙ୍କ କାର୍ଯ୍ୟାଳୟ ମାଧ୍ୟମରେ ପୁନଃ ଚିହ୍ନଟ ପାଇଁ ସମସ୍ତ ଫର୍ମାଲଟି ପୁରା କରି ତାଙ୍କର ଘନିଷ୍ଠ ସମ୍ପର୍କୀୟ, ଘସିପୁରା ସର୍କଲର ଆର.ଆଇ. ଶ୍ରୀ ସୁଶାନ୍ତ କୁମାର ସାମଲଙ୍କୁ ଧରାଧରି କରି ଶ୍ରୀ ବିଶ୍ବାଳଙ୍କ ଅନୁପସ୍ଥିତିରେ ଜମିର ମାପ କରି କିଞ୍ଚିତ ଯାଗା ଶ୍ରୀ ବିଶ୍ବାଳଙ୍କ ଅକ୍ତିଆରରେ ଥିବାର ଦର୍ଶାଇ ଖୁଣ୍ଟି ପୋତି ଦେଇ ଗଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ବିଶ୍ବାଳ ଉକ୍ତ ମାପକୁ ଭୂଲ୍ ଦର୍ଶାଇ, ମାନ୍ୟବର ଜିଲ୍ଲାପାଳ – ଉପଜିଲ୍ଲାପାଳ -ତହସିଲଦାର – ଥାନାଧିକାରୀ ମହୋଦୟଙ୍କୁ ଅବଗତ କରାଇ, କାନୁନ୍ ଅନୁଯାୟୀ ସରକାରୀ ସ୍ତରରେ ଅନ୍ଯ ଜଣେ ଆର.ଆଇ.ଙ୍କୁ ନିୟୋଜିତ କରାଇ ମପାମାପି କରିବା ପରେ ଶ୍ରୀ ବିଶ୍ବାଳଙ୍କ ପୂର୍ବ ଦଖଲ ତାଙ୍କ ରେକର୍ଡ ମୁତାବିକ ଠିକ୍ ଅଛି ବୋଲି ଦର୍ଶାଇ, ଉପସ୍ଥିତ ପୋଲିସ୍ ଷ୍ଟାଫ୍ ଙ୍କ ମାଧ୍ୟମରେ ଖୁଣ୍ଟି ଉଛେଦ କରି, ଶ୍ରୀ ବେହେରଙ୍କ ନିଅଣ୍ଟ ଜମି, ତାଙ୍କର ଉତ୍ତର ଓ ପଶ୍ଚିମ ଦିଗର ଜମି ମାଲିକଙ୍କର ଦଖଲରେ ଅଛି ବୋଲି ଉପସ୍ଥିତ ଭଦ୍ର ବ୍ଯକ୍ତିଙ୍କ ସାମନାରେ ଘୋଷିତ କଲା ପରେ ଶ୍ରୀ ବିଶ୍ବାଳ ଆଶ୍ୱସ୍ତି ଲାଭ କରିଥିଲେ । ଶ୍ରୀ ବିଶ୍ବାଳ ଓ ତାଙ୍କ ଧର୍ମ ପତ୍ନୀ ଏଇ ପରିଣତ ବୟସରେ ଉଚ୍ଚ ରକ୍ତଚାପ ମଧୂମେହ ତଥା ଅନ୍ଯାନ୍ଯ ବାର୍ଦ୍ଧକ୍ଯଜନିତ ରୋଗରେ ପିଡିତ ଥିବା ବେଳେ, ଆର.ଆଇ. ଶ୍ରୀ ସାମଲ ଜାଣି ଶୁଣି ଭୂଲ୍ ମାପଯୋପ କରି ସେମାନଙ୍କୁ ଆର୍ଥିକ ତଥା ମାନସୀକ ନିର୍ଯାତନା ଦେଇଥିବା ବିଷୟରେ ମିଡିଆର ନଜରକୁ ଆଣିଥିବା ସହିତ, ଘସିପୁରା ଆର.ଆଇ. ସର୍କଲରେ ରହୁଥିବା ଆଉ କେତେ ପ୍ରଜା ଯେ, ତାଙ୍କ ପରି ଏମିତି ଭୂଲ୍ ମାପଯୋପ ଓ ପକ୍ଷ ପାତିତାର ଶିକାର ନ ହୋଇ, ତାଙ୍କର ବହୁ ମୂଲ୍ୟ ସମ୍ପତ୍ତିକୁ ହରାଇ ନ ବସି ଥିବେ ବୋଲି, ଅସ୍ଵିକାର କରି ହେବନି ବୋଲି ଯୁକ୍ତି ବାଢି, ପ୍ରତିବାଦ କରିଛନ୍ତି। ଉପରୋକ୍ତ ବିଶ୍ବାଳ ପତିପତ୍ନୀ ମିଡିଆକୁ ସାକ୍ଷତ୍ କରି ଦୃଢତାର ସହ ଦାବୀ କରିଛନ୍ତି ଯେ-ତାଙ୍କ ପରିବାର (୪ଜଣ ସେନା ସଦସ୍ଯ ଭୁକ୍ତ), ଗୋଟିଏ ଆଦର୍ଶ, ଶୃଙ୍ଖଳିତ ତଥା ସମ୍ମାନୀତ ସେନା ପରିବାର ରୂପେ ସମାଜରେ ପ୍ରତିଷ୍ଠିତ ହୋଇଥିବା ବେଳେ, ଶ୍ରୀ ସାମଲ କେଉଁ ପରିପ୍ରେକ୍ଷୀରେ ଅର୍ଥାତ  ନିଜର ଅପାରଗତା ଯୋଗୁଁ ନା ଆଉ କିଛି ଭିତିରିଆ ବୁଝାବଣା ଯୋଗୁଁ, ତାଙ୍କୁ ତଥା ତାଙ୍କ ପରିବାରକୁ ଅପମାନିତ କରି ସମ୍ମାନରେ ଆଞ୍ଚ୍ ଆଣିବାକୁ ଆଗେଇ ଆସିଥିଲେ, ଏହାର ରହସ୍ଯ ପ୍ରଶାସନିକ ଅଧିକାରୀ ବୃନ୍ଦ ଖୋଜି ବାହାର କରି, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀ ବିଶ୍ବାଳଙ୍କୁ ନ୍ୟାୟ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଅନ୍ଯ ବ୍ୟକ୍ତି ବିଶେଷ ଯେଉଁ ମାନେ କି ତାଙ୍କ ପରି ବାସ୍ତବ ନ୍ୟାୟରୁ ଯଦି ବଞ୍ଚିତ ହୋଇ ଥାଆନ୍ତି, ସେମାନେ ମଧ୍ଯ ଉପଯୁକ୍ତ ନ୍ୟାୟ ପ୍ରାପ୍ୟ ପାଇଁ ପ୍ରଶାସନର ଆଶ୍ରୟ ନେବାକୁ, ସେମାନଙ୍କୁ ପ୍ରୋତ୍ସାହିତ କରାନ୍ତୁ ।

ଆନନ୍ଦପୁର ରୁ ସତ୍ୟ ଦାସ ଙ୍କ ରିପୋର୍ଟ୍ 

Related posts

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

Sunil Chandra Nayak

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

Sunil Chandra Nayak

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

masiha

Leave a Comment

error: Content is protected !!