ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

ମୟୂରଭଂଜ – ତା :- ୨୨/୧୧/୨୦୨୫ ରିଖ  — ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇ ୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା I ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଂଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଶ୍ୟାମସୁନ୍ଦର ଶତପଥି ଉପସ୍ଥିତ ରହି ଭଂଜପୁର ଥାନା ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ I ସମାଜର ବିକାଶ ଦିଗରେ ପ୍ରତ୍ୟେକଙ୍କ ଅବଦାନ ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ I ସମିତିର ସମ୍ପାଦିକା ପ୍ରଭାତ ମଞ୍ଜରୀ ଦାସଶର୍ମା ମଞ୍ଚ ପରିଚାଳନା କରିଥିଲେ I ଏହି ଅବସରରେ ସମାଜସେବୀ ତଥା ଶିକ୍ଷକ ସୋମନାଥ ସିଂହ ଓ ଭଂଜପୁର ଥାନା କନେଷ୍ଟବଳ ଶୁଭେନ୍ଦୁ କୁମାର ଦାସଙ୍କୁ ଅତିଥିଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା I ସମିତିର ସଦସ୍ୟ ଶମ୍ଭୁନାଥ ପାଣି ତଥା ସଦସ୍ୟା ତାରାମଣୀ ମହାପାତ୍ର, ଉର୍ମିଳା କମିଳା, ପୂର୍ଣ୍ଣିମା ପଣ୍ଡା, ମଞ୍ଜଲୀ ଦେ, ଦିବ୍ୟାଶ୍ରୀ ସାହୁ, କବିତା ଦ୍ଵାରୀ ଓ ଗୀତାଞ୍ଜଳି ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ: ରାଜ୍ୟପାଳ 

masiha

କୋକସରା ଠାରେ ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲ ଉଦଘାଟନ ସମାରୋହ

Sunil Chandra Nayak

କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

masiha

Leave a Comment

error: Content is protected !!