ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

ମୟୂରଭଂଜ – ତା :- ୨୨/୧୧/୨୦୨୫ ରିଖ  — ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇ ୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା I ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଂଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଶ୍ୟାମସୁନ୍ଦର ଶତପଥି ଉପସ୍ଥିତ ରହି ଭଂଜପୁର ଥାନା ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ I ସମାଜର ବିକାଶ ଦିଗରେ ପ୍ରତ୍ୟେକଙ୍କ ଅବଦାନ ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ I ସମିତିର ସମ୍ପାଦିକା ପ୍ରଭାତ ମଞ୍ଜରୀ ଦାସଶର୍ମା ମଞ୍ଚ ପରିଚାଳନା କରିଥିଲେ I ଏହି ଅବସରରେ ସମାଜସେବୀ ତଥା ଶିକ୍ଷକ ସୋମନାଥ ସିଂହ ଓ ଭଂଜପୁର ଥାନା କନେଷ୍ଟବଳ ଶୁଭେନ୍ଦୁ କୁମାର ଦାସଙ୍କୁ ଅତିଥିଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା I ସମିତିର ସଦସ୍ୟ ଶମ୍ଭୁନାଥ ପାଣି ତଥା ସଦସ୍ୟା ତାରାମଣୀ ମହାପାତ୍ର, ଉର୍ମିଳା କମିଳା, ପୂର୍ଣ୍ଣିମା ପଣ୍ଡା, ମଞ୍ଜଲୀ ଦେ, ଦିବ୍ୟାଶ୍ରୀ ସାହୁ, କବିତା ଦ୍ଵାରୀ ଓ ଗୀତାଞ୍ଜଳି ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

masiha

ଧର୍ମଗଡ ଠାରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ପାଳିତ

masiha

କଲମପୁର ଥାନାକୁ ପୁରିଲା ଦୁଇ ବର୍ଷ ,ବଦଳି ହେଲେଣି ଚାରି ଥାନାଧିକାରୀ, ଫାଣ୍ଡି ଅଧିକାରୀ ଉପରେ ଥାନା ଦାୟିତ୍ୱ,ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା

masiha

Leave a Comment

error: Content is protected !!