ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ,ମଞ୍ଚସ୍ଥ ହେଲା ବାରିପଦାର ନାଟକ “ନିସ୍ତବ୍ଧ ସାହାନାଇ”

୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ,ମଞ୍ଚସ୍ଥ ହେଲା ବାରିପଦାର ନାଟକ “ନିସ୍ତବ୍ଧ ସାହାନାଇ”

-ମୟୂରଭଂଜ – ତା :- ୨୨/୧୧/୨୦୨୫ ରିଖ ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି I ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଉପସ୍ଥିତ ରହି ନାଟକ ମହୋତ୍ସବର ସଫଳତା କାମନା କରିଥିଲେ I ମହୋତ୍ସବର ଅଧ୍ୟକ୍ଷ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଂସ୍ଥାର ନିର୍ଦ୍ଦେଶକ ପରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରଥମ ସନ୍ଧ୍ୟାରେ ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା ରୂପାନ୍ତର ପ୍ରଯୋଜିତ ଓଡ଼ିଆ ନାଟକ “ନିସ୍ତବ୍ଧ ସାହାନାଇ” ମଞ୍ଚସ୍ଥ ହୋଇଯାଇଛି I ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ପରେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ଅନୁପ ସାହା, ସତ୍ୟନାରାୟଣ ଦାସ, ସପନ ପଣ୍ଡା, ମଦନ ଜେନା, ରବୀନ୍ଦ୍ର ବେହେରା, ଦିନେଶ ସାହୁ, ନାରାୟଣ ମଣ୍ଡଳ, ଆଲୋକ ଦାସ, ପ୍ରଦୀପ ଚୌଧୁରୀ ଓ ପଦ୍ମିନୀ ପାଢ଼ୀ ଅଭିନୟ କରିଥିବା ବେଳେ ଆଲୋକରେ କୁମାର ଲାଇଟ, କଟକ, ସଂଗୀତରେ ଗୁରୁ ନନ୍ଦ କିଶୋର ଦାସ, ଗୀତ ରଚନାରେ ରାଜଶ୍ରୀ ସାହୁ, ଶବ୍ଦ ସଂଯୋଜନାରେ ଶୁଭେନ୍ଦୁ ସାହୁ, ମଞ୍ଚ ପରିକଳ୍ପନାରେ ଅପୂର୍ବା ସାହୁ, ମଞ୍ଚସଜ୍ଜାରେ ସୁମନ୍ତ ଆର୍ଟ ଓ ସହ ନିର୍ଦ୍ଦେଶନାରେ ସତ୍ୟନାରାୟଣ ଦାସ ସହଯୋଗ କରିଥିଲେ I ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ରାମଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା Iଏହି ଅବସରରେ ସକାଳେ ପ୍ରଥମେ ଯୋଗାସନ ଓ ପରେପରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଆସନ୍ତାକାଲି ଥିଏଲାଇଟ, କୋଲକାତା ପ୍ରଯୋଜିତ ବେଙ୍ଗଲୀ ନାଟକ “ଚୁୟା ଚନ୍ଦନ” ପରିବେଷିତ ହେବ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ‌ ମସିହା ନିଉଜ

Related posts

ଶିକ୍ଷାବିତ ନାଏକ ଗହୀରଙ୍କ ପରଲୋକ

masiha

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ଜଳେଶ୍ଵର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ 

Leave a Comment

error: Content is protected !!