ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡ଼ାକ୍ତରଙ୍କୁ ଆକ୍ରମଣ କରି ବିଏସପି ନେତା ଗିରଫ

ଡ଼ାକ୍ତରଙ୍କୁ ଆକ୍ରମଣ କରି ବିଏସପି ନେତା ଗିରଫ

ରାୟଗଡ,ରାୟଗଡ ଜିଲା ମୁନିଗୁଡାରେ ଡାକ୍ତରଙ୍କୁ ଆକ୍ରମଣ କରି ବିଏସପି ନେତା ଜିତୁ ଜାକାସିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରାୟଗଡ ଏସପି ହରିଶ ବିସି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାଇ ଗତକାଲି ମୁନିଗୁଡା ବ୍ଲକର ସାକଟା ଉପ ସ୍ଵାସ୍ୟ କେନ୍ଦ୍ରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥୁଲା |କାୟାକଳ୍ପ ଟିମ ଗୁରୁବାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିବାକୁ ଯିବାର ଥୁଲା I ଏହି ସମୟରେ ବିଏସପି ନେତା ଜିତୁ ଜାକାସିକା ସ୍ୱାସ୍ଥ୍ୟ ଟିମକୁ ଏତେ ଦିନ କେଉଁଠି ଶୋଇଥୁଲ ଆଜି ସେବା ପାଇଁ ଚାଲିଆସିଛ ବୋଲି ପ୍ରଶ୍ନ କରିଥିଲେ I ଏହା ଖବର ପାଇବା ପରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସବ୍ୟସାଚୀ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚୁଥୁଲେ । ଏହାକୁ ନେଇ ଡାକ୍ତର ଶ୍ରୀ ମହାପାତ୍ର ଏବଂ ଜିତୁଙ୍କ ମଧ୍ୟରେ ପ୍ରଥମେ କଥା କଟା କଟି ହୋଇଥୁଲା ବିଏସପି ନେତା ଉତ୍ତପ ହୋଇ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ଇ ଏକ ଭିଡିଓ ମଧ୍ୟ ଭାଇରଲ ହେଉଛି।ତାପରେ ଦୁହିଁଙ୍କ ମଧ୍ୟରେ ହାତାହାତି ହୋଇଥିଲା I ଏହା ପରେ ଡାକ୍ତର ଏବଂ ପରିଦର୍ଶନରେ ଯାଇଥୁବା ଟିମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣା ଦେବା ପାଇଁ ସ୍ଥିର କରିଥିଲେ I ଜିଲା ପ୍ରଶାସନ ସହ ଆଲୋଚନା ପରେ ଥାନାରେ ସଂପୃକ୍ତ ଡାକ୍ତର ମୁନିଗୁଡା ଥାନାରେ ଏତଲା ଦେଇଥିଲେ । ତାଙ୍କର ଏତଲାକୁ ଭିଭି କରି ଆଜି ଅପରାହ୍ନ ୪ଟା ବେଳେ ବିଏସପି ନେତା ଜିତୁକୁ ପୁଲିସ ଗିରଫ କରି ବିଷମକଟକ କୋର୍ଟ ଚାଲାଣ କରାଯାଇଛି ବୋଲି କହିଥିଲେ ଏସପି ହରିଶ ବିସି ପ୍ରକାଶ କରିଥିଲେ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ | ଆଇନକୁ ହାତକୁ ନେଉଥ‌ିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ହରିଶ ବିସି ପ୍ରକାଶ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Big breaking –  ମାଓବାଦୀ ଙ୍କ ତାଣ୍ଡବ ,ଜାଳି ଦେଲେ ଜେସିପି

masiha

ରାତି ଅଧରେ ଭୀମକେଲା ଗାଁରୁ ଚୋରି

Sunil Chandra Nayak

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

Sunil Chandra Nayak

Leave a Comment

error: Content is protected !!