ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ହେବ ପୋଲ। ଖର୍ଚ୍ଚ ହେବ ୨୧.୫୮ କୋଟି , ଆଟିଗାଁ-ଜୁନାଗଡ଼-ଗୋଲାମୁଣ୍ଡା ମଧ୍ୟରେ ଦୂରତ୍ୱ କମିବ

ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ହେବ ପୋଲ। ଖର୍ଚ୍ଚ ହେବ ୨୧.୫୮ କୋଟି , ଆଟିଗାଁ-ଜୁନାଗଡ଼-ଗୋଲାମୁଣ୍ଡା ମଧ୍ୟରେ ଦୂରତ୍ୱ କମିବ

ଜୁନାଗଡ଼,୨୫।୯(ମନୀସ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡା-ବାଗଡୁଙ୍ଗରୀ -ଆଟିଗାଁ ଗ୍ରାମବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ ଏହି ଗାଁ ମଧ୍ୟରେ ଥିବା ହାତୀ ନଦୀରେ ଏକ ସୁଉଚ୍ଚ ପୋଲ ନିର୍ମାଣ କରିବା ନେଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ବିଧାନସଭା ରେ ଏହି ପ୍ରସ୍ତାବିତ ପୋଲର ସ୍ଥିତିକୁ ନେଇଁ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ରଖିଥିଲେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ। ମନ୍ତ୍ରୀ ନାୟକ ତାଙ୍କ ଉତ୍ତରରେ କହିଥିଲେ ଯେ, ସେତୁ ବନ୍ଦ ଯୋଜନାରେ ୨୦୨୪/୨୫ ଆର୍ଥିକ ବର୍ଷରେ ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଅନୁମୋଦନ ହୋଇଛି।ଏହି ପୋଲର ବର୍ତ୍ତମାନ ଡିପିଆର ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨୧.୫୮ କୋଟି ଟଙ୍କା ରହିଛି ବୋଲି କହିଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ମିଶ୍ରଙ୍କ ହସ୍ତକ୍ଷେପ କ୍ରମେ ଏଠାରେ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଏଠାରେ ଏକ ପୋଲ ନିର୍ମାଣ କରିବା ପାଇଁ ଭଇଁରୀଗୁଡା ଗ୍ରାମର ସାମାଜିକ କର୍ମୀ ଦେବରାଜ ବାଣୁଆ,କ୍ଷୀରସିନ୍ଦୁ ବାଣୁଆ,ଉଦୟ ଭାନୁ ବାଣୁଆ ପ୍ରମୁଖ ଗତ ଫେବୃଆରୀ ୨୦୨୪ ରେ ୫ ଟି ସଚିବ ଜରିଆରେ ପୂର୍ବତନ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଥିଲେ। ଏଠାରେ ପୋଲ ନିର୍ମାଣ ପାଇଁ ଗତ ଖରା ମାସରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକଳ୍ପ ସ୍ଥାନ ( ହାତୀ ନଦୀର) ମାଟି ମଧ୍ୟ ପରୀକ୍ଷା ସରିଛି। ଏହି ପୋଲ ହେଲେ ଉପରୋକ୍ତ ଗ୍ରାମ ସମେତ ଭେଜିପଦର,ଯମୁନାବାହାଲ,ମିଚାଗାଁ, ଆଟିଗାଁ ସମେତ ସ୍ଥାନୀୟ ନଦୀ କୁଳିଆ ଗାଁର ଲୋକେ ଉପକୃତ ହେବେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

ତିରିଂ ଥାନା ; ବେକରେ ଶାଢୀ ଲଗାଇ ଘର ଭିତରେ ଯୁବକର ଆତ୍ମହତ୍ଯା

Sunil Chandra Nayak

ବଲାଙ୍ଗିର-କଳାହାଣ୍ଡି ସୀମାନ୍ତରେ ମାଓବାଦୀ-ପୁଲିସ ଗୁଳି ବିନିମୟ ୩ ମାଓବାଦୀ ମୃତ, ଡିଏସ୍‌ପି ଆହତ

Leave a Comment

error: Content is protected !!