ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୋଳାମୁଣ୍ଡା ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଗୋଳାମୁଣ୍ଡା/୧୯/୩/ଆଜି ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ପଞ୍ଚାୟତ ନିକଟରେ ଥିବା ଗଦଲାଚୁରାପାହାଡ଼ ଶ୍ରୀ ଶ୍ରୀ ଧବଳେଶ୍ବର ଶିବ ମନ୍ଦିର ପ୍ରାଗଣରେ ବିଜେଡିର କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବିଳନୀ ଗୋଳାମୁଣ୍ଡା ବ୍ଲକ ସଭାପତି ଦୟା ସାଗର ଚଲାନ ଙ୍କ ସଭାପତି ତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀ ମାନ୍ୟବର ଶ୍ରୀ ଯୁକ୍ତ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ପ୍ରଦୀପ କୁମାର ମୁଣ୍ଡ, ଆଦିତ୍ୟ ନନ୍ଦ, ପ୍ରଶାନ୍ତ କୁମାର ନାଏକ, ଦିନେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ, ଜିଲ୍ଲା ପରିଷଦସଭ୍ୟା ହେମାଗିନ ରାଉତ, ସରିତା ମାଝୀ ଜୟ ସେନ ସାହୁ, ଗୋଳାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ମିଶନଶକ୍ତିରୁ ଚେତନା ମାଝୀ, ପ୍ରମୁଖ ବହୁ ସଂଖ୍ୟକ ଭାବେ କର୍ମୀମାନେ ଯୋଗ ଦେଇଥିଲେ। ମୁଖ୍ୟତ ଗୋଳାମୁଣ୍ଡା ଅଞ୍ଚଳରେ ତଥା ବୃନ୍ଦା ବାହାଲ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁଏକ୍ସପ୍ରେସ ରାସ୍ତାର ଲୋକାର୍ପଣ ଶୁଭାରମ୍ଭ କରିଥିଲେ ସେଥିରେ ବହୁ ସଂଖ୍ୟକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳରକର୍ମୀ ଓ ଶହ ଶହ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଯୋଗ ଦେଇ ନବୀନ ପଟ୍ଟନାୟକ ଙ୍କୁ ହୁଳହୁଳି ଶବ୍ଦରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ , ସେଥିରେ ମୁଖ୍ୟ ମନ୍ତ୍ରୀ ଖୁସି ହୋଇ ମାନ୍ୟବର ଜୁନାଗଡ଼ ବିଧାୟକ ଙ୍କ ପ୍ରତି ବିଶେଷ ଅତୁଳନୀୟ ଅବଦାନଥିବାରୁ ଗୋଳାମୁଣ୍ଡା ବାସୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ, । ତେଣୁ ଗୋଳାମୁଣ୍ଡା ବ୍ଲକରେ ବିଜେଡିକର୍ମୀମାନେ ଏକତ୍ରିତ ହୋଇ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଗାମି ଦିନରେ ବହୁ ସଂଖ୍ୟକ ଭାବେ ତାଙ୍କୁ ସହଯୋଗ କରିବାକୁ ପ୍ରୟାସ ଜାରି ରହିବ ବୋଲି ଆଜିକାର ସଭାରେ ପ୍ରତିଶ୍ରୁତି ଦେଇଛନ୍ତି ବେଭାରୀ ସା, ହଂସ ସା, ରଂଜନ ସାହୁ, ସଚିନ୍ଦ୍ର ସା, କୁମୁଦ ସା ପ୍ରମୁଖ।ଏହା ପରେ ଶ୍ରୀ ମିଶ୍ର ଆସନ୍ତା ଅପ୍ରେଲ ପହିଲା ସପ୍ତାହରେ କୁମ୍ଭାରୀ ନିକଟରେ ହେବାକୁ ଥିବା ଭାରତ ପାରାୟଣ ପରିଦର୍ଶନ କରି ଉପସ୍ଥିତ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଶ୍ରୀ କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ 

masiha

ନବରଙ୍ଗପୁରରେ ୨ଶହ ୟୁନିଟ୍ ଦେୟ ମୂକ୍ତ ବିଜୁଳି ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଆପ୍ ର ଦାବି

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ

masiha

Leave a Comment

error: Content is protected !!