ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

କାମାକ୍ଷାନଗର (ମନିସ )20/3/23 ପଙ୍ଗୁ କରିଦେଲା ସ୍ପାଇନଲ କଡ । ଛ ମାସର ଶିଶୁ ଓ ସ୍ତ୍ରୀ କୁ ଧରି ଗାଁ ଗଣ୍ଡା ବୁଲି ଭିକ ମାଗି ଯାହା ମିଳୁଛି ସେହିଥିରେ ଚଳୁଛି । ନ ମିଳିଲେ ପାଣି ପିଇ ଉପାସରେ ରହିଯାଉଛି । ଏଭଳି କୋହଭରା କଣ୍ଠରେ କହିଛନ୍ତି ରମେଶ ମଲ୍ଲିକ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅଶୁରବନ୍ଧ ଗ୍ରାମର ରମେଶ ମଲ୍ଲିକ ଙ୍କ କଥା । ବୟସ ଚାଳିଶି ବର୍ଷ । ପେଶାରେ ଜଣେ ଟ୍ରକ ଡ୍ରାଇଭର। ଦେଢ଼ ବର୍ଷ ତଳେ ଶୌଚ ପାଇ ପାଖ ଗାଡିଆ କୁ ଯାଇଥିଲେ । ଶୌଚ ସାରି ଘରକୁ ଫେରିଲେ । ହେଲେ ଘରେ ତାଙ୍କର ଗୋଡ଼ ପିଠି ଲାଗି ରହିଲା ଆଉ ଉଠିଲା ନାହିଁ । ନିକଟସ୍ତ ମେଡିକାଲ ରେ ଦେଖାଇଲେ ସତ୍ ହେଲେ କମିଲା ନାହିଁ । ଶେଷରେ ଖଣ୍ଡେ ଜାଗା ବିକି କଟକ ମେଡ଼ିକାଲରେ ଦେଖାଇଲେ ହେଲେ ଡାକ୍ତର କହିଲେ ତୁମକୁ ସ୍ପାଇନାଲ କଡ ରୋଗ ହୋଇଛି । ଏହାକୁ ଭଲ କରିବାକୁ ହେଲେ ପ୍ରଚୁର ଅର୍ଥ ଦରକାର । ସେଠାରୁ ନିରୁପାୟ ହୋଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧିକାରୀ ଙ୍କୁ ଜଣାଇ ବା ସହିତ ସ୍ଥାନୀୟ ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଜଣାଇଲେ ମଧ୍ୟ ଆଜିଯାଏଁ କେହି ହେଲେବି ସାହାଯ୍ୟ କରି ନାହାନ୍ତି । ସେହି ଦିନ ଠାରୁ ସ୍ବାମୀ ସ୍ତ୍ରୀ ଦୁହେଁ ଗାଁ ଗଣ୍ଡା ବୁଲି ଭିକ ମାଗି ଚଳୁଛି । ସରକାର କେବେ ଏ ରମେଶ ମଲ୍ଲିକର ଦୁଃଖ ବୁଝୁ ଛନ୍ତି ତାହା ଦେଖିବାକୁ ବାକି ରହିଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

Deaf Delhi Bulls crowned champions of the IDCA’s 2nd T10 Women’s Deaf Premier League.

masiha

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରେ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି

Sunil Chandra Nayak

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମଧୁବାବୁ 

Sunil Chandra Nayak

Leave a Comment

error: Content is protected !!