ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

କେଉଁଝର – ତା 28/03/26(ରବିନ୍ଦ୍ର ଖମଣିଆ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବଳଦା ପଞ୍ଚାୟତ ର ସିଲିଯୋଡା ଦେବବ୍ରତ ବେହେରା ଖଣି ମଣ୍ଡଳୀ ରେ ପ୍ରକମ୍ପିତ ହେଲା ରାମ ନବମୀ ତଥା ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଜନ୍ମ ଜୟନ୍ତୀ,44 ତମ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସବ ପାଳିତ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମ ଟି ସିଲିଯୋଡା ଗ୍ରାମବାସୀ ଏବଂ ଦେବବ୍ରତ ବେହେରା ଖଣି କମ୍ପାନୀ ର ମିଳିତ ସହାୟତା ରେ ସବୁବର୍ଷ ଠାରୁ ଏ ବର୍ଷ ଆହୁରି ଖୁବ ଧୁମଧାମରେ ପାଳିତ ହେଇଥିବା ଦେଖିବାକୁ ମିଳିଥିଲା,ଏହି ଅବସରରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହରିନାମ କୀର୍ତ୍ତନ 26 ତାରିଖ ରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ପ୍ରଭୁ ଶ୍ରୀ ରାମ ନାମ ଧ୍ବନିରେ ଆଖପାଖ ଅଞ୍ଚଳ ଏକ ପ୍ରକାର ଭକ୍ତିମୟ ପରିବେଶ ସୣଷ୍ଟି ହୋଇଥିଲା, ଶ୍ରୀରାମ ନବମୀ ଶୋଭାଯାତ୍ରା ଏବଂ ଜିଲ୍ଲା ଲେବେଲ ରୁ ଚାରିଗୋଟି ନାମ ସଙ୍କିର୍ତ୍ତନ୍ୟ ଦଳକୁ ଡକାଯାଇଥିଲା, ଏହି ଉତ୍ସବ କୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ସୁଅ ଛୁଟିଥିଲା, ଭକ୍ତଙ୍କ ପାଇଁ ସରବତ ପାଣି ବ୍ୟବସ୍ଥା ସହିତ ଖିଚିଡି, ଖିରି ପୁରି ଭୋଗ ଇତ୍ୟାଦି ର ଆୟୋଜନ କରାଯାଇଥିଲା ସ୍ଥାନୀୟ ଖଣି କମ୍ପାନୀ, ଗ୍ରାମ କମିଟି ତଥା ଜଣେ ଖଣିରେ ନିୟଯିତ ଥିବା ଚନ୍ଦନ ଫେବ୍ରିକେସନ ନାମକ ସ୍ଥାନୀୟ ଠିକାଦାର ଙ୍କ ସହ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରହିଥିଲା , ହନୁମାନ ମନ୍ଦିର ପରିସରରେ ଜନଗହଳି ପୂର୍ଣ୍ଣ ହୋଇଥିବା ହେତୁ କୈାଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୣଷ୍ଟି ନହେବା ପାଇଁ କମ୍ପାନୀ ତରଫରୁ ସୁରକ୍ଷା କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିଲା, ଦେବବ୍ରତ ବେହେରା ଖଣି କମ୍ପାନୀ ର ମୁଖ୍ୟ ଥିବା ଶ୍ରୀଯୁକ୍ତ ଶତ୍ରୁଜୀତ ମହାନ୍ତି, ଖଣି ମ୍ୟାନେଜେର ଶ୍ରୀଯୁକ୍ତ ଜନ୍ମେଜୟ ମହାନ୍ତ, ଏଚ୍ ଆର୍ ହେଡ୍ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଏବଂ ନିର୍ଲେପ ମହାନ୍ତ ଙ୍କ ଉପସ୍ଥିତି ସହ କେମିତି ଶାନ୍ତି ଶୣଙ୍ଖଳାର ସହିତ ଏହି ଭଗବାନଙ୍କ ପୂଜାର୍ଚନା କାର୍ଯ୍ୟକ୍ରମ ସମାପନ ହେଇ ପାରିବ ସେଥିପାଇଁ କଡା ନଜର ରଖିଥିଲେ, ଆଜି ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ଶାନ୍ତି ଶୣଙ୍ଖଳାର ସହ ସମାପ୍ତି ହେବାପରେ ଗ୍ରାମ କମିଟି ଏବଂ ଖଣି କମ୍ପାନୀ କର୍ତ୍ତୣପକ୍ଷଙ୍କୁ ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Related posts

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

masiha

ନିମ୍ନମାନର କାମ ଲଗାଣ ବର୍ଷାରେ ରାସ୍ତାର ସୁରକ୍ଷା ବାଡ ଭୂଷୁଡିଲା, ଗାଡିମଟର ଓ ଜନସାଧାରଣଙ୍କ ଚଳାଚଳ ଅସୁବିଧା, ତୂରନ୍ତ ମରାମତି ପାଇଁ ଦାବି

Sunil Chandra Nayak

ରାଇରଙ୍ଗପୁରରେ ଏବିଭିପି ତରଫରୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!