ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସଗୁଡା ଗ୍ରାମକୁ ଜଳାଯୋଗଣାରେ ଅଣଦେଖା  ଅଭିଯୋଗ ଆଣିଲେ ଗ୍ରାମବାସୀ

ସାରସଗୁଡା ଗ୍ରାମକୁ ଜଳାଯୋଗଣାରେ ଅଣଦେଖା 

ଅଭିଯୋଗ ଆଣିଲେ ଗ୍ରାମବାସୀ

ଜୁନାଗଡ଼ (ମ ନି ସ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତର ସାରସଗୁଡା ଗ୍ରାମରେ ଜଲଯୋଗାଣରେ ଅଣଦେଖା କରାଯାଉଥିବା ଏକ ସାଙ୍ଘାତିକ ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ବନ୍ଦାଗାଁ ଠାରେ ନିର୍ମାଣ ହୋଇଥିବା ମେଘା ଜଳ ପ୍ରକଳ୍ପ ୧୬୮ କୋଟି ଟଙ୍କାରେ ନିର୍ମିତ ହେଉଥିବା ବେଳେ ବ୍ଲକର ୨୮ ଗୋଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ତା କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ସାରସଗୁଡା ଗ୍ରାମକୁ ପାଣି ଯୋଗାଇବାର ଦୂରକଥା ପାଣି ପାଇପ ସଂଯୋଗ ହୋଇ ନ ଥିବା ଗ୍ରାମ ବାସୀ କହିଛନ୍ତି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ବର୍ତ୍ତମାନ ମଇ ମାସ ଆଗମନ ହୋଇଛି ଜଳ ଶଙ୍କଟ ଦେଖା ଦେଇଛି ଏପଟେ ପ୍ରଚଣ୍ଡ ଉତ୍ତାପରେ ଜିନଜୀବନ ଡହକ ବିକଳ ହେଉଛନ୍ତି। ଏପରି ସ୍ଥଳେ ଉକ୍ତ ଗ୍ରାମକୁ ଜଲଯୋଗଣାରେ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଚଣ୍ଡ ଖରା ସାଙ୍ଘକୁ ଜଳସ୍ତର ବହୁତଳକୁ ଖସି ଆସିବାରୁ ଗାଁରେ ପୋଖରୀ, କୂଅ ଗୁଡିକ ଶୁଖିଗଲାଣି ଯାହାକୁ ନେଇ ଜଳ ସଙ୍କଟ ଦେଖାଦେଇଛି। ଜଳ ସଙ୍କଟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଚିଚିଆ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକୁଲ,ଲାକୁରଭଟା,ଚିଚିଆ ଗ୍ରାମ କୁ ପାଣି ଟେଙ୍କର ଯୋଗେ ସରପଞ୍ଚ ପାଣି ଯୋଗାଇ ଦେଇଥିବାବେଳେ ସାରସଗୁଡା ଗ୍ରାମ କୁ ପାଣି ଦେଇନଥିଲେ। ଏ ନେଇ ଗ୍ରାମବାସୀ ପକ୍ଷରୁ ପଞ୍ଚାୟତର ସରପଞ୍ଚ ଠାରୁ ମେଘା ପ୍ରକଳ୍ପ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ବିଧାୟକଙ୍କୁ ଅନେକ ଥର ଅଭିଯୋଗ ଦେବା ସତ୍ୱେ ବି କୌଣସି ଫଳପ୍ରଦ ହୋଇପାରୁନାହିଁ। ସରକାର ମାଳ ମାଳ ଯୋଜନା କରୁଛନ୍ତି ହେଲେ କାହା ପାଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ନେଇ ମେଘା ପ୍ରକଳ୍ପ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁବାଷ ପଣ୍ଡାଙ୍କୁ ପଚାରିବାରୁ ସାରସ ଗୁଡା ଗ୍ରାମ ଚିଚିଆ ପଞ୍ଚାୟତ ଭିତରେ ଉଚ୍ଚରେ ଅଛି। ତେଣୁ ପାଣି ଯୋଗାଣରେ ବାଧା ହେଉଛି । ପଣ୍ଡକୁଳ ପଟରୁ ପାଣି ପାଇପ ସଂଯୋଗ କରି ପାଣି ଯୋଗାଇ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହାର ତୁରନ୍ତ ସମାଧାନ କରିବାକୁ ଗ୍ରାମର ଭୁବନେଶ୍ୱର କୁମାର ପଟେଲ, ଗୁଡ଼େଶ୍ୱର ମାଝୀ, ବୋଲୋରାମ ଅଘରିଆ, ରାଜାରାମ ଅଘରିଆ, ସୀତାରାମ ପଟେଲ, ରାହାସ ଅଘରିଆ,ଚୁଡାମଣି ଅଘରିଆ,ପତିରାମ ମାଝୀ ପ୍ରମୁଖ ଦାବିକରିଛନ୍ତି । ପୁଣି ପଣ୍ଡକୁଳ ଓ କୁମ୍ଭାରି ମାଳପଡା ମଝିରେ ରହୁଥିବା ମିଲଘର ପାଖରେ ଥିବା ୧୦ରୁ ଉର୍ଦ୍ଧ ପରିବାର କୁ ପାଣିର କୌଣସି ପାଇପ ନଳୀ ପୋତା ଯାଇ ନାହିଁ କି କୌଣସି ନଳକୂପ ମଧ୍ୟ ନାହିଁ ଯାହାଫଳରେ ଏଠାରେ ବସ ବାସ କରୁଥିବା ଜନସାଧାରଣ ଅସୁବିଧା ହେଉଛି। ଏହାର ମଧ୍ୟ ବ୍ୟବସ୍ଥା କରନ୍ତୁ ବୋଲି ଦାବୀ ହେଉଛି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଉରକେଲା କଲେଜରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ବି-ଦିବସୀୟ କର୍ମଶାଳା ଅନୁଷ୍ଠିତ

masiha

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

Sunil Chandra Nayak

Leave a Comment

error: Content is protected !!