ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାରି ବାଘ ଛାଲ ଜବତ

ମୟୂରଭଞ୍ଜ -୨୩/୭ ( ମସିହା)- ଶିମିଳିପାଳ ତଥା ବାରିପଦା ବନ ବିଭାଗ କୁ ମିଳିଛି ବଡ଼ ସଫଳତା। ଗୋଟିଏ କି ଦୁଇଟି ନୁହେଁ ବରଂ ଏକ ସାଗରେ ଚାରି ଚାରି ଟି ବାଘ ଛାଲ ଜବତ କରିଛି ବନ ବିଭାଗ।

ବାରିପଦା ବନଖଣ୍ଡ ଅଧିନରେ ଥିବା ଡୁକୁରା ରେଞ୍ଜ ର ବହଳଦା ଗାଁ ରେ ଆଜି ବନ ବିଭାଗ ଚଢାଉ କରି ଏକ ସାଙ୍ଗରେ ଚାରି ଟି କଲରାପତରିଆ ବାଘ ଛାଲ ଜବତ କରିଛି।

ବାରିପଦା ବନଖଣ୍ଡ ସହ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡ଼ିଭିଜନ ସହ ରାଇରଙ୍ଗପୁର ବନଖଣ୍ଡର ବଛା ବଛା ଅଫିସର ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଥିଲା। ସ୍ଵତନ୍ତ୍ର ଟିମ ଚଢାଉ କରି ଏହି ବାଘ ଛାଲ ଜବତ କରିଛି । ବାଘ ଛାଲ ରଖିଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି ବନ ବିଭାଗ।ବାରିପଦା ଡିଏଫଓ ଏ ନେଇ ସ୍ପଷ୍ଟ କରିଥିବା ବେଳେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଏହି ଚଢାଉ କରା ଯାଇଥିଲା ବୋଲି କହିଛନ୍ତି।ଗିରଫ ବ୍ୟକ୍ତିମାନେ ବହଳଦା ଗାଁ ର ହୋଇଥିବା ବେଳେ ବନ ବିଭାଗ ଏ ନେଇ ତଦନ୍ତ ଜାରି ରଖିଛି। ଗିରଫ ବ୍ୟକ୍ତିମାନେ ବାଘ କୁ କେଉଁଠି ଶିକାର କରିଛନ୍ତି,ନା ଆଉ କେହି ଶିକାର କରିଛନ୍ତି, ଶିକାର କରିବା ସହ ଆଉ କିଏ ସମ୍ପୃକ୍ତ ରହିଛନ୍ତି ଏବଂ ବାଘ ଛାଲ କୁ ବିକ୍ରି କରି ଥାଆନ୍ତେ ନା କ’ଣ କରି ଥାଆନ୍ତେ ଏ ନେଇ ପଚରା ଉଚୁରା ଜାରି ରଖିଥିବା କହିଛନ୍ତି ବାରିପଦା ଡିଏଫଓ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଜୁଳି ସଂଯୋଗ ନାମରେ ବେ ଆଇନ ଗଛ କଟା, ଚେଇଁ ଶୋଇଛି ବନ ବିଭାଗ ! 

Sunil Chandra Nayak

ଦେଶୀ ମହୁଲି ମଦ ଜବତ, ୩ କୋର୍ଟ ଚାଲାଣ 

masiha

ଝିମିରି ଖେଳରୁ ମହାଭାରତ

Sunil Chandra Nayak

Leave a Comment

error: Content is protected !!