ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଜାତଳା ବ୍ଳକ ! ରାୟହରି ପଞ୍ଚାୟତ ର ପ୍ରାକ୍ତନ ମହିଳି ସରପଞ୍ଚ ଗୀର୍ଥ ସୋରେନ ଙ୍କ ଘର ଭିତରେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ମୟୂରଭଞ୍ଜ-୨୭/୫ (ମସିହା) ଦିନକୁ ଦିନ ଆତ୍ମହତ୍ୟା ଭଳି ଜଘନ୍ୟ ମହାପାପ କର୍ମ ଯୁବ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଛି । ଯାହାକୁ ନେଇ ସାମାଜିକ କର୍ମୀ, ସ୍ବେଛାସେବୀ ଓ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ଅହେତୁକ ଦରଦାମ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପାରିବାରିକ ହିଂସା,ଅଭାବ ଅନାଟନ, ପରସ୍ପର ମଧ୍ୟରେ ସଂପର୍କର ଛିଟା କୁ ନେଇ ଆତ୍ମହତ୍ୟା ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର‌ ରାଇହରି ପଞ୍ଚାୟତର ବାଗଡେଗା ଗ୍ରାମର ପୂର୍ବତନ ସରପଂଚ ଗୀର୍ଥ ସୋରେନ ଆଜିସଂନ୍ଧା ୬ ରୁ ୬.୩୦ ମଧ୍ୟରେ ଘର ଭିତରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ଗିର୍ଥ ସୋରେନ ଜଣେ ଲୋକପ୍ରିୟ ନେତ୍ରୀ,ସମାଜସେବୀ, ପରୋପକାରୀ ମହିଳା ଥିଲା ।ସେ ରାଇହରି ପଞ୍ଚାୟତର ଦୁଇଥର ସରପଞ୍ଚ ଏବଂ ମାଣିକପପୁର ପଞ୍ଚାୟତର ଥରେ ସମିତି ସଭ୍ୟା ଦାୟିତ୍ଵ ନିଷ୍ଠାର ସହ ନିଭାଇଥିଲେ । କେଉଁ ପରିସ୍ଥିତିରେ ଜଣେ ସଫଳ ଜନ ପ୍ରତିନିଧି ହୋଇ ମଧ୍ୟ ଘର ଭିତରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ଦଉଡ଼ି ଲଗାଇ ନିଜର ଅମୂଲ୍ୟ ଜୀବନ ହାରିଲେ ତାହାହିଁ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଝୁଲନ୍ତା ଶବକୁ ଉଦ୍ଧାର କରାଯିବ ।ଖବର ପାଇ ବିଜାତଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ,ଵିଜାତଳା ସରପଞ୍ଚ ରାମ ମୁର୍ମୁ,ପାରେଶ୍ବର ମୁର୍ମୁ ସମେତ ବହୁ ଜନ ପ୍ରତିନିଧି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଗାଁ ରେ ଶୋକାକୁଳ ପରିବେଶ ହୋଇ ଉଠିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଉରକେଲା ପୋଲିସ ପକ୍ଷରୁ ଅଢେଇ ବର୍ଷର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

masiha

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!