ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ସହ ବାଇକ,ପିକ ଅପ୍ ଗାଡି ଜବତ : ୩ ବ୍ୟକ୍ତି ଗିରଫ

ମ.ରାମପୁର,୧୫/୦୭(ମସୀହା) କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ପାଜିବାହାଲି ଛକ ଓ ହାତିଖୋଜ ନିକଟ ଟୋଲଗେଟ ଠାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ପିକ ଅପ୍ ଗାଡି କୁ ମ.ରାମପୁର, ଭବାନୀପାଟଣା ଓ କେସିଙ୍ଗା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଥିବା ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ଅବକାରୀ ବିଭାଗ। ପ୍ରାପ୍ତ ସୂଚନା ମତେ ଗତକାଲି କଳାହାଣ୍ଡି ଜିଲ୍ଲା ମୋହନଗିରୀ ଠାରୁ ନୂଆପଡ଼ା ଜିଲ୍ଲା କୁ ଏକ ପିକଅପ୍ ଗାଡି ନଂ ଓଡି ୧୭ଏଲ ୭୨୦୦ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ। ସେଥିରୁ ୧୧୯ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ତାସହିତ ଏଥିରେ ସଂପୃକ୍ତ ଥିବା ୩ଜଣ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨ଗୋଟି ବାଇକ୍ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଗିରଫ ୩ଜଣ ଙ୍କ ମଧ୍ୟରୁ ୨ଜଣ ହେଲେ ନୂଆପଡ଼ା ଜିଲ୍ଲା କୁରେଶ୍ଵର ଗାଁ ର ସୁରେଶ ଜଗତ, ଚୂଡାମଣି ସଗରିଆ ଓ ଅନ୍ୟ ଜଣେ ହେଲେ ପନ୍ଦରାପଦର ବୋଲି ଜଣାପଡିଛି। ଏହି ଚଢାଉ ରେ ଭବାନୀପାଟଣା ସଦର ଅବକାରୀ ଅଧିକାରୀ ସୁଶାନ୍ତ ପ୍ରଧାନ,ମ.ରାମପୁର ଅବକାରୀ ଅଧିକାରୀ ଦେବାଶିଷ ସିରଦର, କେସିଙ୍ଗା ଅବକାରୀ ଅଧିକାରୀ ବିଶ୍ଵଜିତ ଆରୁକ , ପ୍ରଦ୍ୟୁମ୍ନ ନାୟକ, ମେଘନାଦ ବେହେରା, ମାନସ ବିଶି ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। 

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

ଭିଜିଲାନ୍ସ ଜାଲରେ ଡ଼ହ ଏସଡିଓ

Sunil Chandra Nayak

ଡ୍ରଗ୍ସ କାରବାର କରୁଥିବା ୩ ଜଣ ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍ ପୁଲିସ୍

masiha

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

Leave a Comment

error: Content is protected !!