ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଟିଏ ରାତ୍ରୀରେ ରାଇରଙ୍ଗପୁର ଟାଉନ ଥାନା ଅଂଚଳରୁ ଵୋଲେରୋ ଏବଂ ଗ୍ରାମାଞ୍ଚଳ ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ; ପୋଲିସ ଚିନ୍ତାରେ 

ଗୋଟିଏ ରାତ୍ରୀରେ ରାଇରଙ୍ଗପୁର ଟାଉନ ଥାନା ଅଂଚଳରୁ ଵୋଲେରୋ ଏବଂ ଗ୍ରାମାଞ୍ଚଳ ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ; ପୋଲିସ ଚିନ୍ତାରେ 

ମୟୂରଭଞ୍ଜ -( ୩/୭ ) ( ମସିହା)ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ତ ରାଇରଙ୍ଗପୁର ଟାଉନ ଏବଂ ରାଇରଙ୍ଗପୁର ଗ୍ରାମ ଅଞ୍ଚଳ ସମେତ ୨ ଗୋଟି ଥାନା ଅଞ୍ଚଳ ରେ ମଙ୍ଗଳବାର ବିଳମ୍ବିତ ରାତ୍ରୀ ରେ ଏକ ବୋଲେରୋ ଗାଡ଼ି ଏବଂ ଏକ ଟ୍ରାକ୍ଟର ସମେତ ୨ ଗୋଟି ଯାନ ଚୋରି ହୋଇଥିବା ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶ ଯେ ରାଇରଙ୍ଗପୁର ଟାଉନ ଥାନା ନିକଟ ଵର୍ତ୍ତୀ ୱାର୍ଡ ନଂ – ୩ ମନ୍ଦୀର ସାହୀ ଵସ୍ତୀ ର ସତ୍ୟଜୀତ ପଣ୍ଡା ଙ୍କ ବାସଗୃହ ସମ୍ମୁଖ୍ୟ ରହିଥିଵା ଏକ ବୋଲେରୋ ଗାଡି ନଂ ( ଜେ. ଏତେ .୦୫ . ଏ. ଏଚ / ୩୬୧୯ ) ମଙ୍ଗଳବାର ବିଳମ୍ବିତ ରାତ୍ରୀ ଚୋରୀ ଅଭିଯୋଗ ମାମଲା ରେ ପୋଲିସ ପକ୍ଷରୁ ଏକ କେଶ ନଂ – ୨୧୫/ ୨୦୨୪ ରୁଜୁ କରାଯାଇଛି। ସେହିଭଳି ରାଇରଙ୍ଗପୁର ଗ୍ରାମ ଅଞ୍ଚଳ ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମ ର ତପନ କୁମାର ଗିରି ଙ୍କ ଵାସ ଗୃହ ସମ୍ମୁଖ୍ୟ ରେ ଥିଵା ଏକ ଟ୍ରାକ୍ଟର ଗାଡ଼ି ନଂ ( ଓ. ଡି. ୧୧ ଏ. ଡି.ଭ ୦୨୩୬ ) ଚୋରୀ ହୋଇଥିଵା ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଉକ୍ତ ଚୋରୀ ଗାଡି ଚୋରୀ ମାମଲାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୁଚନା । ରାଇରଙ୍ଗପୁର ଅଞ୍ଚଳରେ ଆସନ୍ତା ୭ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ନିକଟରେ ହେଉଥିବା ବେଳେ ଏହାର ସୁଯୋଗ ଦେଖି ପୋଡଶୀ ଝାରଖଣ୍ଡ ରାଜ୍ୟ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଅଞ୍ଚଳର ବିଭିନ୍ନ ଅପରାଧୀ ସହ ଯୁହାଡି ମାନଙ୍କ ଏଭଳି ଅପରାଧୀ ଏବଂ ଜୁଆଡି ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସହ ପୋଲିସ ପେଟ୍ରୋଲିଙ୍ଗ କଡାକଡି ସକାଶେ ବିଭିନ୍ନ ମହଲରେ ଦାବି କରାଯାଇଥିଵା ର ଜଣାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର, ଥାନାରେ ଅଭିଯୋଗ

Sunil Chandra Nayak

ପାଣି ଟାଙ୍କି ରେ ପରିସ୍ରା କରିବା ଘଟଣା: ଦୁର୍ବୃତ୍ତ ଙ୍କ ବିରୋଧରେ ଦିଆ ଗଲା ଏତଲା 

masiha

ପ୍ରଧାନ ବିଚାରପତିଙ୍କୁ ଜୋତା ଫୋପାଡ଼ ଘଟଣାରେ ଏଫଆଇଆର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

Leave a Comment

error: Content is protected !!