କାମାକ୍ଷାନଗର (ମନିସ )26/5/23 //କାମାକ୍ଷାନଗର ଥାନା ରାଇବୋ ପଞ୍ଚାୟତ ଭାଲୁମୁଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡି ୩ ଆହତ।ଗୁରୁତର ଆହତ ମାନେ କଙ୍କଡ଼ାହାଡ଼ ବ୍ଲକ୍ ମକୁକାଟେଣି ଗ୍ରାମ ତଳ ସାହି ର ଦୀପକ ପ୍ରଧାନ, ଜିତୁ ପ୍ରଧାନ ଓ ଗୁରୁଦତ୍ତ ପ୍ରଧାନ ।ଗୁରୁତର ତିନି ଜଣଙ୍କୁ ଉଧାର କରାଯାଇ ଚିକିତ୍ସା ପାଇିଁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜିତୁ ପ୍ରଧାନ ଓ ଗୁରୁଦତ୍ତ ପ୍ରଧାନ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।ମୁଣ୍ଡ,ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।ଅପରାହ୍ନରେ କାମାକ୍ଷାନଗରରୁ କାମ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଖସି ପଡିଥିଲେ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ