ଜୁନାଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ଜୁନାଗଡ଼ ସାମ୍ବାଦିକ ସଂଘର ଏକ କାର୍ଯ୍ୟକାରୀ ବୈଠକ ହୋଇଥିଲା । ସଂଘର ସଭାପତି ହିମାଂଶୁ ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ଉପରେ ଆଲୋଚନା ହୋଇଥିଲା । ପରେ ସଙ୍ଘ ର ନୂତନ କାର୍ଯ୍ୟକର୍ତା ଚୟନ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଖଗେଶ୍ବର ଧଙ୍ଗଡାମାଝୀ, ଉପସଭାପତି ସୁନ୍ଦର ମୋହନ ଛାତ୍ରୀଆ ଓ ଆଦିତ୍ୟ ମହାନ୍ତି, ସମ୍ପାଦକ ଭାବେ ରବି ଶଙ୍କର ସୁନାନୀ,ସହ ସମ୍ପାଦକ ସୁନୀଲ କୁମାର ସିଂ, କୋଷାଧ୍ୟକ୍ଷ ଭାବେ ରଜନୀକାନ୍ତ ମିଶ୍ର ପ୍ରମୁଖ ଚୟନ ହୋଇଥଲେ । ସନ୍ତୋଷ ସିଂହଦେଓ, ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷୀତି, ମୁକେଶ ଅଗ୍ରୱାଲ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ କଳାହାଣ୍ଡି ଜିଲ୍ଲାର ସଧାରଣ ସମ୍ପାଦକ ସନ୍ତୋଷ ସିଂହଦେଓ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟମୋକେଶ ପୁରୋହିତ, କୁମାରମଣି ଦୁର୍ଗା, ରାକେଶ ବେମାଲ, ଆଶିଷ ଗୋଏଲ,ରୋହିତ ବାଗ, ଭୋକରଧନ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜୁନାଗଡ଼ ର ସାମ୍ବାଦିକତା ଜନ କଲ୍ୟାଣ ପାଇଁ ଉଦିଷ୍ଠ ହେବ । ସାମୟିକ ଭାବେ ଯେଉଁମାନେ ଅଣ ସାମ୍ବାଦିକ କୁ ପାଥେୟ କରି ଲୁଣ୍ଠନ ର ଉଦ୍ୟକ୍ତ ଦେଖାଉଛନ୍ତି ସେମାନଙ୍କୁ ପ୍ରଶାସନ ର ଜିଲ୍ଲା ସୂଚନା ଅଧିକାର ଯତ୍ନବାନ ହେବା ପାଇଁ ସଙ୍ଘ ପକ୍ଷରୁ ସାମୟିକ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ଶାସନ ପ୍ରଶାସନ ର ସାମୟିକ ଘଟଣାକ୍ରମକୁ ସୂଚନା ଏବଂ ଗଣମାଧ୍ୟମ ରେ ପରିପ୍ରକାଶ କରୁଥିବା ଲୋକେ ନୂତନ ଜୁନାଗଡ଼ ସାମ୍ବାଦିକ ସଙ୍ଘ ଜୁ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ପୂର୍ବତନ ସଭାପତି ହିମାଂଶୁ ବରାଡ଼ ସଙ୍ଘ ର ସ୍ୱଚ୍ଛତା କୁ ବଜାୟ ରଖି ଦେଶ ଓ ଜାତିର ସଠିକ ନିର୍ମାଣ ପାଇଁ ସମସ୍ତଙ୍କୁ ଅଭିବ୍ୟକ୍ତ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।