ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାର ଆତ୍ମ ପ୍ରକାଶ- “ସୁରଭି”.

ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାର ଆତ୍ମ ପ୍ରକାଶ- “ସୁରଭି”.

ମୟୂରଭଞ୍ଜ – ୩୦/୧୦ ( ମସିହା)ଆଜି ରାଇରଙ୍ଗପୁର ସ୍ଥିତ ପିସିଏମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଇରଙ୍ଗପୁର ବ୍ଲକ ସ୍ତରୀୟ ଶିଶୁ ମୋହତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଇଓ ଶ୍ରୀ ଜଜ୍ଞଶ୍ୱର ଜେନାଙ୍କ ସଭାପତିତ୍ବ ରେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନେପୁଲ ଚନ୍ଦ୍ର ମୁଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଉକ୍ତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବ୍ଲକ ଓ ପୌରପାଳିକା ଅନ୍ତର୍ଗତ ୧୩୮ ଟି ଶିକ୍ଷନୁଷ୍ଠାନ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ସାମଗ୍ରିକ ପରିପ୍ରକାଶ ନିମନ୍ତେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ ରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ସ୍ନେହଭରା ଭାବବିନିମୟ କ୍ରମେ ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷୟ ରେ ଜିଜ୍ଞାସା କରିବା ସହିତ ଲକ୍ଷ୍ୟ ପୂରଣ ପାଇଁ ବର୍ତମାନ ଠାରୁ ନିଜକୁ ପ୍ରସ୍ତୁତ କରିବାକୁ ଉପଦେଶ ଦେଇଥିଲେ । ଏଥି ସହିତ ଜୀବନ ରେ ନିଜ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ନିମନ୍ତେ ଶିକ୍ଷଣୀୟ ପ୍ରେରଣାଦାୟୀ ଶବ୍ଦ ମାଧ୍ୟ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । 

ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ପି ଏସ ସି ଦ୍ୱାରା ପରିଚାଳିତ ଓସିଏସ -୨୦୨୨ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ବାମନଘାଟି ଉପଖଣ୍ଡ ର ୮ ଜଣ କୃତୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ । ସେମାନେ ମଧ୍ୟ ପିଲାମାନଙ୍କୁ ସେମାନଙ୍କର ସଫଳତା ପଛର କାହାଣୀ ଯଥା କଠିନ ପରିଶ୍ରମ, ନିରନ୍ତର ପ୍ରଚେଷ୍ଟା,ପିତାମାତାଙ୍କ ତ୍ୟାଗ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗାଇଡନ୍ସ ସର୍ବୋପରି ଭଗବାନଙ୍କ କୃପା ବିଷୟରେ କହିଥିଲେ ।

କାର୍ଯ୍ୟକ୍ରମ ର ଦ୍ଵିତୀୟ ଭାଗରେ ବି ଇ ଓ ଶ୍ରୀ jagyenswar ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ନାୟକ,ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ଅନ୍ୟତମ ଅତିଥି ଭାବେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରିସିପ୍ରଭା ମହାନ୍ତ, ଏବିଇଓ ଶ୍ରୀ ହେମ ମାଝୀ, ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କରୁଆ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନେପାଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟ ଅଥିତି ତା’ଙ୍କ ବକ୍ତବ୍ୟ ରେ କହିଥିଲେ କି ଅତୀତରେ ବାମନଘାଟିର ସୁନାରାମ ସୋରେନ, ପଣ୍ଡିତ ରଘୁନାଥ ମୁର୍ମୁ ଓ ଜିତେନ ପଟ୍ଟନାୟକ ଭଳି ବହୁ ବ୍ୟକ୍ତି ସେମାନଙ୍କ ପ୍ରତିଭା ର ସୁରଭି ରେ ସୁରଭିତ କରିଯାଇଛନ୍ତି । ତେଣୁ ମା -ମାଟି- ଓ ମାତୃଭାଷା ପ୍ରତି ଶ୍ରଦ୍ଧା ସମ୍ମାନ ରଖି କଠିନ ପରିଶ୍ରମ ଓ ନିରନ୍ତର ପ୍ରଚେଷ୍ଟା ଜାରି ରଖିଲେ ତୁମେମାନେ ବି ତୁମ ପ୍ରତିଭାର ସୁରଭିରେ ସାରା ବିଶ୍ୱକୁ ସୁରଭିତ କରିପାରିବ। ସେହିପରି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଜଲେନ ନାଏକ ମଧ୍ୟ ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରତିପାଦନ କରିବା ସହିତ ପିଲାମାନଙ୍କ ଉନ୍ନତି ପାଇଁ ସେ ସବୁବେଳେ ସେମାନଙ୍କ ସହିତ ଅଛନ୍ତି କହି ଉତ୍ସାହିତ କରିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ସାହୁ ତାଙ୍କ ଅଭିଭାଷଣ ରେ କହିଥିଲେ କି ଯେମିତି କସ୍ତୁରୀ ମୃଗ ତା’ର ନାଭିରୁ କସ୍ତୁରୀ ର ବାସ୍ନା ଆସୁଛି ବୋଲି ଜାଣି ନପାରି ଏଣେ ତେଣେ ସେଇ ବାସ୍ନା କୁ ଖୋଜୁ ଥାଏ ଠିକ ସେହିପରି ତୁମେମାନେ ଯଦି ତୁମ ଭିତରେ ଥିବା ପ୍ରତିଭାର ସୁରଭି କୁ ଖୋଜି ବାହାରକୁ ପ୍ରସ୍ଫୁଟିତ କରିବ ତେବେ ଆଗାମୀ ସମୟ ରେ ସେଇ ସୁରଭି ଦୁର ଦୁରାନ୍ତକୁ ବ୍ୟାପି ଯିବ। 

ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ବାମନଘାଟି ଉପଖଣ୍ଡ ରେ ଓ ପି ଏସ ସି ରେ କୃତକାଯ୍ୟ ହୋଇଥିବା ଶ୍ରୀ ଅରୁନାନଶୁ ନନ୍ଦ, ମେଘା ଅଗ୍ରୱାଲ, ଶ୍ରୀ ତନ୍ମୟ କୁମାର ବସା, ସୁଇଟି ସୋରେନ, ଶାନ୍ତି ମୁର୍ମୁ, ଶୋଭା ସିନ୍ଦୁରଚୁଳା ମାର୍ଣ୍ଡି, ଗୋବିନ୍ଦ ସୋରେନ ଓ ରବିଶଙ୍କର ହେମ୍ବ୍ରମ ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମର୍ଦ୍ଧିତ କରିବା ସହିତ ଭାଲୁବସା ସରକାରୀ ୟୁ ପି ସ୍କୁଲ ର ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତିରେଖା ମହାନ୍ତି ଙ୍କୁ ବେଷ୍ଟ ଶିକ୍ଷୟିତ୍ରୀ ଓ ଅଜିତ ମଣ୍ଡଳଙ୍କୁ ବେଷ୍ଟ ସିଆରସିସି ଭାବେ ମାନପତ୍ର, ପୁଷ୍ପଗୁଛ ଓ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ। ଏଥି ସହିତ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।

ଅନୁଷ୍ଠିତ କାଯ୍ୟକ୍ରମ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ, ବିଆରସିସି, ସିଆରସିସି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଶିକ୍ଷକ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

masiha

ରାଉରକେଲା କବୟିତ୍ରୀ ଅଙ୍ଗୁରବାଳା ପରିଡା ସମ୍ବର୍ଦ୍ଧିତ

Rayagada Truck Accident: Oil Tanker Falls from Bridge After Driver and Cleaner Jump to Safety

masiha

Leave a Comment

error: Content is protected !!