ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଦିନ ଉଦ୍ଦଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ପରିବାର ତରଫରୁ କବିତା ଆସର ଆୟୋଜିତ

ବଲାଙ୍ଗୀର ଦିନ ଉଦ୍ଦଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ପରିବାର ତରଫରୁ କବିତା ଆସର ଆୟୋଜିତ

ଗଞ୍ଜାମ ଜିଲ୍ଲା ଗାଙ୍ଗନାପୁର ଗ୍ରାମର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ “ଓଡ଼ିଆ ସାହିତ୍ୟ ସଂସଦ” ପକ୍ଷରୁ ବଲାଙ୍ଗୀର ଦିନ ଉଦ୍ଦେଶ୍ୟ ରେ ପଶ୍ଚିମାଞ୍ଚଳ ଜୋନ୍ ବଲାଙ୍ଗୀର ପିପି ଏକାଡେମୀ ଠାରେ “ବହୁଭାଷୀ କବିତା ଆସର” ଅନୁଷ୍ଠିତ ହୋଇଯାଇଅଛି | ଏନେଇ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗୀର ଆୟୋଜକ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଭାଗିରଥି ମିଶ୍ର , ଅତିଥି ରୂପେ ଓଡ଼ିଆ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଚିତ୍ରସେନ ମହାରଣା ,ସରସ୍ଵତୀ ନନ୍ଦ, ବିନୋଦ କାଳସେଇ, ନୂତନ ଦାସ, ଗୋପାଳ ପ୍ରଧାନ ପ୍ରଭୁତି ଅତିଥି ରୂପେ ଯୋଗଦାନ ଦେଇଥିଲେ |

ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ଜୋନ୍ ର ସଭାପତି ରଶ୍ମି ପାତ୍ର, ଉପ ସଭାପତି ସୁଷମା ଦାସ, ସମ୍ପାଦିକା ନଳିନୀ ପ୍ରଭା ଶତପଥୀ ଓ ସହ ସମ୍ପାଦିକା ଶକୁନ୍ତଳା ପାତ୍ର ମଧ୍ୟ ଯୋଗ ଦେଇ ଥିଲେ। ଅନୁଷ୍ଠାନ ର ସଭାପତି ରଶ୍ମି ପାତ୍ର ଅତିଥି ମାନଙ୍କ ପାଇଁ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ ଏବଂ ସମସ୍ତ କର୍ମକର୍ତ୍ତା ମିଶି ଆସର ଟିକୁ ସୁଚାରୁ ରୁପେ ପରିଚାଳିତ କରିଥିଲେ । ଅନୁଷ୍ଠାନ ର ସହ ସମ୍ପାଦିକା ଶକୁନ୍ତଳା ପାତ୍ର ସମସ୍ତ ଙ୍କ ସହ ଯୋଗରେ କବିତା ସଂଜୋଜନା କରିଥିଲେ ।

ଅନୁଷ୍ଠାନ ର ସଂମ୍ପାଦିକା ନଳିନୀ ପ୍ରଭା ଶତପଥୀ ଗୋଟିଏ ସୁନ୍ଦର କବିତା ପାଠ କରିଥିଲେ “ନ ଯାଆ ମଥୁରା ରେ” | ପାଟଣାଗଡ ର ମମତା ପାତ୍ର ମଧ୍ୟ କବିତା ପଠନ କରିଥିଲେ ଏହିପରି ପଶ୍ଚିମାଞ୍ଚଳ ଜୋନ୍ ର କୋଣ ଅନୁକୋଣରୁ ବହୁ କବି କବୟିତ୍ରୀ ଯୋଗଦାନ କରି ନିଜେ ନିଜର କବିତା ପାଠ କରିଥିଲେ | ପରିଶେଷ ରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇ ସଭା ସମାପ୍ତି ଘୋଷଣା କରିଥିଲେ ।

Related posts

ସୋଲାର ପ୍ଲାଣ୍ଟ ରେ ଭାଲୁ 

ନୂଆପଡ଼ା ଜିଲ୍ଲା ରେ ମୋ ଘର ଯୋଜନାର ଶୁଭାରମ୍ଭ, ତିନି ଲକ୍ଷ ଟଙ୍କା ଆବାସ ଗୃହ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା ୩ ଆହତ 

masiha

Leave a Comment

error: Content is protected !!