ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

 ମୟୂରଭଞ୍ଜ -୨୩/୦୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡକେଡମ ସେ ଗ୍ରାମରେ ୧୦/୦୨/୨୩ ତାରିଖ ଅପରାହ୍ନ ୫ ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡ ଶୁଣାଣୀ କରାଯାଇଛି । ସୂଚନାଯୋଗ୍ୟ ଵଡକେଡମ ଗ୍ରାମର ଗ୍ରାମବାସୀଙ୍କର ସାଲାଇ ପୂଜାକୁ ନେଇ ଏକ ଗ୍ରାମ ବୈଠକ ଅନୁଷ୍ଠିତ ହେବାର ଥିଲା । ଏହାକୁ ନେଇ ଗ୍ରାମର ଡାକୁଆ ଜାନୁ ମୁର୍ମୁ(୫୩) ୧୦/୨/୨୩ ତାରିଖ ଦିନ ଅପରାହ୍ନରେ ଗ୍ରାମର ଘରକୁ ଘର ବୁଲି ଗ୍ରାମ ବୈଠକକୁ ଆସିବାକୁ ନିମନ୍ତ୍ରଣ କରିଥିଲେ ।ଜାନୁ ମୁର୍ମୁ ଖବର ଦେବାକୁ ରାମେଶ୍ବର ମୁର୍ମୁ ଙ୍କ ଘର ପାଖକୁ ଯାଇ ଖବର ଦେବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାମେଶ୍ବର ଏକ କାଠଫାଳିଆରେ ଜାନୁ ମୁର୍ମୁ ଙ୍କ ମଥାରେ ବାଡେଇ ଥିବାବେଳେ ସେ ଗୁରୁତର ହୋଇ ତଳେ ପଡି ଯାଇଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଘଟଣାକୁ ନେଇ ଜାନୁ ମୁର୍ମୁ ର ପୁଅ ସୁନାମ ତଇରଇଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏକ ମାମଲା କେଶ ନମ୍ବର ୨୯/୨୩ ରୁଜୁ କରିଥିଲେ । ସୋମବାର ଦିନ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ,୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଅଭିଯୁକ୍ତ ରାମେଶ୍ଵର ମୁର୍ମୁ ଙ୍କୁ ଆଜୀବନ କାରାଦଣ୍ଡ,୫୦୦୦ ଟଙ୍କା ଜୋରିମାନା ଓ ଅନାଦେୟ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଶୁଣାଣୀ କରିଛନ୍ତି । ଏପିପି ପଙ୍କଜ ଦାସ ସରକାରଙ୍କ ତରଫରୁ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

masiha

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

Rayagada Police Crack Down on Interstate Crime Ring, Arrest 5

masiha

Leave a Comment

error: Content is protected !!