ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫରଙ୍ଗ ରୁ କନ୍ଦେନଜୋର ରାସ୍ତା ନିର୍ମାଣ କାମ ଠିକାଦାର ଙ୍କ ମର୍ଜିରେ 

ଗୋଳାମୁଣ୍ଡା/୨୮/୩/ଯେଉଁ ରାସ୍ତା ନିର୍ମାଣ ପାଇଁ ଜନସାଧାରଣଙ୍କ ଅଭିଯୋଗ ଠାରୁ ବିଧାନସଭା ପର୍ଯ୍ୟନ୍ତ କଥା ଉଠିଛି ଏବଂ ଯେଉଁ ରାସ୍ତାର ଦୁର୍ଗତି ସମନ୍ଧେ  ଅନେକ ଥର ଗଣମାଧ୍ୟମ ପତ୍ର ପତ୍ରିକାରେ ପ୍ରକାଶିତ ପାଇଛି, ତାହା ପୁଣି ଗତ ତା୨୩/୩/ଦିନ ମସିହାରେ ପ୍ରକାଶ ପାଇବାରୁ ସେହି ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ କାମ ଚାଲିଛି । ,ଶୁଣିବାକୁ ମିଳୁଛି ଯେ ଦୁଇଟି ଜେଇ ମଧ୍ୟରୁ ଜଣେ ଜେଇ ଲକ୍ଷମନ ଟୁଡୁ ଏଷ୍ଟିମେଟ,ହେଲେ ଅନ୍ୟ ଜେଇ ସେଠି ସୁପର ଭିଜନ ଦାୟିତ୍ୱରେ ଅଛନ୍ତି, ତଥାପି ଅନୁପସ୍ଥିତ ହେତୁ ସେହି କାର୍ଯ୍ୟ ନିମ୍ନ ମାନର ହେଉଛି ବୋଲି ଆଜି ଫରଙ୍ଗ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ,  କିଛି ମାତ୍ରାରେ ପୁରୁଣା ପିଚୁ ଉଠା ଯାଉଛି ଓ ଅଧିକାଂଶ ପିଚୁ ରହି ଯାଇଛି ବୋଲି ବରିଷ୍ଠ ସମାଜ ସେବୀ ଉଦିଆ ନିଆଲ ଓ ସାଂସଦ ପ୍ରତିନିଧି ଭାଗ୍ୟବାନ ବାଗ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଠାରେ କହିଛନ୍ତି ଯେ ତୁରନ୍ତ ଆରଡ଼ି ବିଭାଗୀୟ ଏସଡିଓ ଏବଂ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ନିଆ ଯିବା ସହିତ ତୁରନ୍ତ ପୁରୁଣା ପିଚୁ ଖୋଲା ଯାଉ, ନଚେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନେବୁ ବୋଲି ଚେେତାବନି ଦେଇଛନ୍ତି । ଏହି ସମ୍ପର୍କରେ ଏସଡିଓ ରାଜେନ୍ଦ୍ର କୁମାର ମାଝୀ ଙ୍କୁ ଫୋନ କରା ଯାଇଥିଲା ହେଲେ ଗ୍ରହଣ କରିଲେ ନାହିଁ ,ଏହା ପରେ ଜେଇ ଲକ୍ଷମନ ଟୁଡୁଙ୍କୁ ଫୋନ କରିବାରୁ ଜେଇ ଲକ୍ଷମନ ଟୁଡୁ ଫୋନରେ କହିଛନ୍ତି ଯେ,ଉଦାହରଣ ସ୍ୱରୂପ ଗୋଟିଏ ଇନ୍ଦିରା ଆବାସ ଗୃହର ହିସାବକୁ ନେଇ ରାସ୍ତାର ଇଷ୍ଟିମେଟ ଅନୁସାରେ କାମ ହେବ ବୋଲି ଫୋନରେ ପ୍ରତିକ୍ରିୟା ପ୍ରକାଶ କରିଥିଲେେ।   ,ଯାହା ହେଉ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ରେ କାର୍ଯ୍ୟ ହେଉ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ,ନଚେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନେବୁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ମୁଣ୍ଡରା ଗୁଡା ଓ ଚିଲିଗୁଡାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ଆଦର୍ଶ ଶିକ୍ଷକ ଓ ସଙ୍ଗୀତଜ୍ଞ ମହମ୍ମଦ ଅମାନୁଦ୍ଧିନ ଖାଁନ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!