ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ 

ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ 

ବାଲିଗୁଡ଼ା:ତା, ୧୦/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତ ଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍,୪ଟି ମୋବାଇଲ୍ ଫୋନ୍ ସମେତ ୨୦ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ସମୟରେ ଅଜୟ କୁମାର ନାମକ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ ଯୋଗେ ବାରଖମାରୁ ବାହାରି ବଲାଙ୍ଗୀର ଯାଉଥିଲେ । ଯିବା ବାଟରେ ଡାବୁଡାକା ଘାଟିରେ ଦୁଇଟି ମୋଟରସାଇକେଲରେ ୫ଜଣ ଦୁର୍ବୃତ୍ତ ହଠାତ୍ ଆସି ଅଜୟ ଙ୍କୁ ଅଟକାଇ ମାଡ଼ ମାରିବା ସହ ସେ ଧରିଥିବା ନଗଦ ୨୦ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ତାଙ୍କ Hero HF Deluxe ମୋଟରସାଇକେଲ ଛଡ଼ାଇ ନେଇଯାଇଥିଲେ । ଅଜୟ କୁମାର ସେଠାରୁ ଫେରି ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । କେଶ ନଂ.୧୪୪/୨୬ ର ଅଭିଯୋଗ ପ୍ରକାରେ ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ତ୍ୱରିତ ପଦକ୍ଷେପ ନେବା ସହ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳର ଅଜିତ୍ ସାହୁ ଓ ଆଶିଷ ପଟେଲ, ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ରାଜନାଥ ଅମାତ୍, ସୁବର୍ଣ୍ଣପୁର ଜିଲ୍ଲା ଏସ.ରାମପୁର ଥାନା ଅଞ୍ଚଳର ରିତିକ୍ ଖମାରୀ ଓ ଶିବ ପଟେଲ୍ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଋଣ ବୋଝ ସହିନପାରି ଦମ୍ପତି ଙ୍କ ଆତ୍ମହତ୍ୟା 

Sunil Chandra Nayak

ନାବଳିକାକୁ ପ୍ରେମ ପ୍ରତାରଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

Sunil Chandra Nayak

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

masiha

Leave a Comment

error: Content is protected !!