ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଓ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ ପାଳିତ 

କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଓ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ ପାଳିତ 

ଭବାନୀପାଟଣା ତା ୨୩/୧/୨୪ // ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ତଥା ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୀମାଞ୍ଚଳ ମିଶ୍ର। ସଭାରେ ସଭାପତିତ୍ବ କରିଥିଲେ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଭିମସେନ ପଣ୍ଡା। ବିଗତ ୨୦୨୧ ମସିହା ଠାରୁ ନେତାଜୀଙ୍କ ଜୟନ୍ତି କୁ ପରାକ୍ରମ ଦିବସ ରୂପେ ପାଳନ କରାଯାଉଅଛି । ଏହି ଅବସର ରେ ପ୍ରଧାନ ମନ୍ତ୍ରୀ ଲାଲକିଲ୍ଲା ଠାରେ ଏକ ସପ୍ତାହ ବ୍ଯାପୀ କାର୍ଯ୍ୟକ୍ରମ ପ୍ରାରମ୍ଭ କରିଛନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା କୁ ବୋଝମୁକ୍ତ କରିବା ପାଇଁ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଏକ ଆନ୍ତ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ ଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର। ସଭାରେ ସଭାପତିତ୍ବ କରିଥିଲେ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଭିମସେନ ପଣ୍ଡା। ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରିଥିଲେ ଚିତ୍ରାଙ୍କନ ଶିକ୍ଷକ ଶ୍ରୀ ଦିପାୟନ ଘଟକ । ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସୃଚ କରାଯାଇଥିଲା । ଆଗାମୀ ୨୯ ତାରିଖ ଦିନ ପ୍ରଧାନ ମନ୍ତ୍ରୀଙ୍କ ସହ ବିଜୟୀ ପ୍ରତିଯୋଗୀ ମାନେ ଆଭାସୀ ମାଧ୍ୟମରେ ବାର୍ତ୍ତଳାପ କରିବାର କାର୍ଯ୍ୟକ୍ରମ ରହିଛି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

Sunil Chandra Nayak

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

masiha

ଶ୍ରମିକ ନେତାଙ୍କ ମାତୃ ବିୟୋଗ…..

Sunil Chandra Nayak

Leave a Comment

error: Content is protected !!